Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ନିର୍ବାଚନ ବେଳେ କଳା ଟଙ୍କା ନେଣଦେଣ ରୋକିବାକୁ କମର କସିଲେ ନିର୍ବାଚନ କମିଶନ

5/01/2019 at 6:47 PM

ଭୁବନେଶ୍ବର ୫|୧: ନିର୍ବାଚନ ବେଳେ କଳା ଟଙ୍କା ନେଣ​‌ଦେଣ ରୋକିବାକୁ କମର କସିଲେ ନିର୍ବାଚନ କମିଶନ । ଟଙ୍କା ଦେଉଥିବା ନେତାଙ୍କୁ କିପରି ଧରାଯିବ ସେ ନେଇ ପୋଲି, ଅୟକର ଓ ଅବକାରୀ ବିଭାଗ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏଥିପାଇଁ ଉଭୟ ପୋଲିସ ଓ ଜନତାଙ୍କ ପାଇଁ ଆପ ପ୍ରସ୍ତୁତ କରିଛନ୍ତି ନିର୍ବାଚନ କମିଶନ। ଏହାସହ ନିର୍ବାଚନ ପରିଚଳାନା, ନିର୍ବାଚନ ପୂର୍ବ ଓ ପରେ ଆଇନଶୃଙ୍ଖଳା ବ୍ୟବସ୍ଥା, ସମ୍ବେଦନ ଶୀଳ ବୁଥ ଚିହ୍ନଟ  ସମ୍ପର୍କରେ ତାଲିମ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । 

ତିନି ମାସ ରହିଲା ନିର୍ବାଚନ।କଳାଟଙ୍କା ରୋକିବାକୁ ଅଣ୍ଟା ଭିଡିଲେ ନିର୍ବାଚନ କମିଶନର। ସୋସିଆଲ ମିଡିଆ ସାହାଯ୍ୟରେ ଟଙ୍କା ଧରିବେ କମିଶନ ।  ଭୋଟରଙ୍କୁ ପ୍ରଭାବତି କରିବା ପାଇଁ  ନିର୍ବାଚନ ବେଳେ ଟଙ୍କା ଉଡାନ୍ତି ବିଭିନ୍ନ ରାଜନୈତିକ ଦଳ । ଏହି ଟଙ୍କା ଧରିବାକୁ କମର କସିଛନ୍ତି ମୁଖ୍ୟନିର୍ବାଚନ ଅଧିକାରୀ ।  ଏଥର ନିର୍ବାଚନ ବେଳେ ୧୦ ହଜାର ଟଙ୍କାରୁ ଅଧିକ  ନେଇ ପାରିବେ ନାହିଁ ନେତା । ଅଧିକ ନେଲେ ଯଦି କାରଣ ଦର୍ଶାଇ ନପାରିଲେ  ପୋଲିସ  ଏହି ଟଙ୍କାକୁ ଜବତ କରିନେବ । ଏହାସିହିତ  ପୋଲିସ କିଭିଳି ଭାବେ ଟଙ୍କା ଜବତ କରିବ,  ଏଫଆଇଆର କେମିତ ହେବ, କମିଶନରକୁ କେମିତି ଖବର ମିଳିବ ସେନେଇ  ପୋଲିସ ପ୍ରଶାସନ ପାଇଁ  ଆପ ପ୍ରସ୍ତୁତ କରାଯାଇଛି । ଏହା ସହ  ସାଧାରଣ ଲୋକ ବି ଏହି ଟଙ୍କା କାରାବାର ରୋକିବାକୁ ନିର୍ବାଚନ କମିଶନକୁ ଖବର ଦେଇପାରିବେ। ସେଥିପାଇଁ ସି -ଭିଜିଲ ନାମରେ ଏକ ଆପ ବିକାଶକରାଯାଇଛି । ଏହି ଆପ ଜରିଆରେ ଭିଡିଓ କିମ୍ବା ଫଟୋ ଡାଉନଲୋଡ କରି ସୂଚନା ଦଇେହେବ ।

ନିର୍ବାଚନ କମିଶନଙ୍କ ଠାରୁ ଆସିଥିବା ଏସଓପି ପାଳନ ନେଇ ସମସ୍ତ ପୋଲିସ ପ୍ରଶାସନ, ଅବକାରୀ ବିଭାଗ, ଆୟକାର ବିଭାଗ ଅଧିକାରୀଙ୍କୁ ନିର୍ବାଚନ କମିଶନ ପ୍ରଶିକ୍ଷଣ ଦେଇଛନ୍ତି । ଏହାପରେ ରାଜ୍ୟସ୍ତରୀୟ ଏବଂ  ଜିଲ୍ଲାସ୍ତରରେ  କନଷ୍ଟେବଳଙ୍କ ଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କୁ ତାଲିମ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ଜାନୁୟାରୀ ୮ ତାରିଖରୁ ଏହି ପ୍ରଶିକ୍ଷଣ ଆରମ୍ଭ ହେବ । ଏହା ପରେ ତୁରନ୍ତ ପ୍ଲାଇଙ୍ଗ ସ୍କ୍ବାର୍ଡ, ଭିଡିଓ ସର୍ବିଲାନ୍ସ ସ୍କ୍ବାର୍ଡ, ଏକ୍ସସାଇଜ ମନିଟରିଂ ସ୍କ୍ବାର୍ଡ, ଷ୍ଟାଟିକ ସର୍ଭିଲାନ୍ସ ସ୍କ୍ବାର୍ଡ ଗଠନ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ  

କେବଳ ଟଙ୍କା ନୁହେଁ ମୁକ୍ତ ଅବାଧ ନିର୍ବାଚନ ପାଇଁ ସମ୍ବେଦନ ଶୀଳ ବୁଥ ଚିହ୍ନଟ କରିବା ସହ  ନିର୍ବାଚନ ପୂର୍ବ ଓ ପରେ କିଭିଳି ଆଇନଶୃଙ୍ଖଳା ରକ୍ଷା ହୋଇପାରିବା ସେଥିପାଇଁ ଆଲୋଚନା ହୋଇଛି।

   Related Posts