କଠୋର ହେଲେ ନିର୍ବାଚନ କମିଶନ: ବିଜୟ ଶୋଭାଯାତ୍ରା ଉପରେ ଲାଗିଲା କଟକଣା

Published By : Prameya-News7 Bureau | April 27, 2021 IST

ନୂଆଦିଲ୍ଲୀ ୨୭/୪: ବିଜୟ ଶୋଭାଯାତ୍ରା ଉପରେ ଲାଗିଲା କଟକଣା । କଟକଣା ଲଗାଇଲେ ନିର୍ବାଚନ କମିଶନ । ମେ ୨ ଗଣତି ଦିନ କିମ୍ବା ପରେ କୌଣସି ବିଜୟ ଶୋଭାଯାତ୍ରା ନକରିବାକୁ ସେ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଖୁବ ଶୀଘ୍ର ନିର୍ଦ୍ଦେଶନାମା ଜାରି କରାଯିବ । ମେ ୨ରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀର ହେବ ଭୋଟ ଗଣତି ।

ଫଳାଫଳ ଆସିବା ପରେ ବିଜୟୀ ପ୍ରାର୍ଥୀ ଓ ଦଳୀୟ ନେତାମାନେ ବିଜୟ ଶୋଭାଯାତ୍ରା କଲେ ବହୁ ସଂଖ୍ୟାରେ ସମର୍ଥକ ଓ କର୍ମୀ ଏକାଠି ହେବାର ସମ୍ଭାବନା ଅଧିକ ଅଛି । ଲୋକେ ଅଧିକ ସଂଖ୍ୟାରେ ଏକତ୍ର ହେଲେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଦ୍ୱିତୀୟ ଲହରରେ ସଂକ୍ରମଣ ବଢ଼ିବା ପାଇଁ ନିର୍ବାଚନ କମିଶନଙ୍କୁ ଭର୍ତ୍ସନା କରିଥିଲେ ମାଡ୍ରାସ ହାଇକୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.