ବିଜେପି ସାଂସଦ ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଗାଇଥିବା ବିଜେପିର ଥିମ ସଙ୍ଗକୁ ରଦ୍ଦ କଲା ନିର୍ବାଚନ ଆୟୋଗ

Published By : Prameya-News7 Bureau | April 07, 2019 IST

ନୂଆଦିଲ୍ଲୀ ୭/୪ : ବିଜେପିର ବିର୍ବଚନୀ ଥିମ ଗୀତ ରଦ୍ଦ କରିଦେଇଛନ୍ତି ନିର୍ବାଚନ ଆୟୋଗ | ପଶ୍ଚିମବଙ୍ଗ ଆସାନଶୋଲରୁ ବିଜେପି ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବଲିଉଡ ଗାୟକ ବାବୁଲ ସୁପ୍ରିୟୋ ବିଜେପିର ଥିମ ଗାଇଛନ୍ତି | ତେବେ ଏହି ଗୀତ କେଉଁଠାରେ ମଧ୍ୟ ଲଗାଇ ଯିବନାହିଁ ବୋଲି କହିଛନ୍ତି ନିର୍ବାଚନ ଆୟୋଗ | ପଶ୍ଚିମବଙ୍ଗ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ଏହି ଗୀତ ପ୍ରସ୍ତୁତ କରିଥିଲା |


ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ ବସୁ କହିଛନ୍ତି ଯେ, ଏହି ଥିମ ଗୀତ ପାଇଁ ଅନୁମତି ନେଇନଥିଲା ଦଳ | ଏହାପରେ ଗୀତକୁ ବିଭିନ୍ନ ସ୍ଥାନରେ ଚଲା ଯାଉଛି | ସେଥିପାଇଁ ଏହି ଗୀତକୁ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା |

{"id":101289}


ଏହି ଗୀତ ପାଇଁ ମିଡ଼ିଆ ସାର୍ଟିଫିକେସନ ଆଣ୍ଡ ମନିଟରିଂ କମିଟି ଠାରୁ ଅନୁମତି ନିଆ ଯାଇନଥିଲା | ଏହା ଆଦର୍ଶ ଆଚରଣ ବିଧିର ଉଲଂଘନ ବୋଲି କହିଛନ୍ତି ଅଧିକାରୀ |


ପଶ୍ଚିମବଙ୍ଗ ସରକାର ଏହି ଗୀତ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ | ତୃଣମୂଳ କଂଗ୍ରେସ ଦାବି କରିଥିଲା ଯେ, ବାବୁଲ ସୁପ୍ରିୟୋ ଗାଇଥିବା ବିଜେପିର ଥିମ ସଙ୍ଗ ପାଇଁ ମିଡ଼ିଆ ସାର୍ଟିଫିକେସନ ଆଣ୍ଡ ମନିଟରିଂ କମିଟି ଠାରୁ ଅନୁମତି ନ ନେଇ ସୋସିଆଲ ମିଡ଼ିଆରେ ଜାରି କରାଯାଇଛି | ଏହାପରେ ବିଜେପି ଏହି ଗୀତକୁ ମଞ୍ଜୁରୀ ଦେବା ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଥିଲା | ନିର୍ବାଚନ ଆୟୋଗ ଗୀତକୁ ସଂଶୋଧନ କରିବା ପାଇଁ ଦାବି କରିଥିଲେ |

wp:html
/wp:html


ଗୀତ ଗାଇଥିବା ଯୋଗୁଁ ନିର୍ବାଚନ ଆୟୋଗ ବାବୁଲ ସୁପ୍ରିୟୋଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ | ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୩ ତାରିଖରେ ପଶ୍ଚିମବଙ୍ଗରେ ବିଜେପିର ୨ଟି ରାଲି ଅନୁଷ୍ଠିତ ହୋଇଥିଲା | ଭୋଟରଙ୍କୁ ହାତେଇବା ପାଇଁ ଏହି ରାଲିରେ ବାବୁଲ ସୁପ୍ରିୟୋ ଗାଇଥିବା ଏହି ଥିମ ସଙ୍ଗ ବଜା ଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.