ସାଧାରଣ ନିର୍ବାଚନ ନେଇ ଘୋଷଣା ହେଲା ତାରିଖ ; ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ

Published By : Prameya-News7 Bureau | March 10, 2019 IST

ନୂଆଦିଲ୍ଲୀ ୧୦|୩ : ସାଧାରଣ ନିର୍ବାଚନ ତାରିଖ ଘୋଷଣାକୁ ନେଇ ସବୁ କଳ୍ପନାଜଳ୍ପନାର ଅନ୍ତ ହୋଇଛି । ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରେସମିଟ୍ କରି ତାରିଖ ଘୋଷଣା ହୋଇଛି ।

୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୧, ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ ୧୮, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩, ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ ୨୯, ପଞ୍ଚମ ପର୍ଯ୍ୟାୟ ମେ ୬, ଷଷ୍ଠ ପର୍ଯ୍ୟାୟ ମେ ୧୨ ଏବଂ ସପ୍ତମ ପର୍ଯ୍ୟାୟ ମେ ୧୨ରେ ଅନୁଷ୍ଠିତ ହେବ । ସମସ୍ତ ପର୍ଯ୍ୟାୟର ଭୋଟ୍ ଗଣତି ମେ ୨୩ରେ ହେବ ।

ଏପ୍ରିଲ ୧୧ ତାରିଖରେ  ୨୦ଟି ରାଜ୍ୟରେ ୯୧ଟି ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ମତଗ୍ରହଣ ହେବ । ଏପ୍ରିଲ ୧୮ତାରିଖରେ ୧୩ଟି ରାଜ୍ୟର ୯୭ଟି ଲୋକସଭା ଆସନରେ ଦ୍ବିତୀୟ ପର୍ଯ୍ୟାୟରେ ମତଗ୍ରହଣ ହେବ । ଏପ୍ରିଲ ୨୩ତାରିଖରେ ୧୪ଟି ରାଜ୍ୟର ୧୧୫ଟି ଲୋକସଭା ଆସନରେ ତୃତୀୟ ପର୍ଯ୍ୟାୟରେ ମତଗ୍ରହଣ ହେବ । ଏପ୍ରିଲ ୨୯ତାରିଖରେ ୯ଟି ରାଜ୍ୟର ୭୧ଟି ଲୋକସଭା ଆସନରେ ଚତୁର୍ଥ ପର୍ଯ୍ୟାୟରେ ମତଗ୍ରହଣ ହେବ । ମେ ୬ତାରିଖରେ ୭ଟି ରାଜ୍ୟର ୫୧ଟି ଲୋକସଭା ଆସନ ପାଇଁ ପଞ୍ଚମ ପର୍ଯ୍ୟାୟରେ ମତଗ୍ରହଣ ହେବ । ମେ ୧୨ତାରିଖରେ ୭ଟି ରାଜ୍ୟର ୬୯ଟି ଲୋକସଭା ଆସନ ପାଇଁ ଷଷ୍ଠ ପର୍ଯ୍ୟାୟରେ ମତଗ୍ରହଣ ହେବ । ମେ ୧୯ତାରିଖରେ ୮ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ମତଗ୍ରହଣ ହେବ ।

ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏପ୍ରିଲ ୧୧ତାରିଖ ପ୍ରଥମ ପର୍ଯ୍ୟାୟରେ ୪ଟି, ଏପ୍ରିଲ ୧୮ତାରିଖ ଦ୍ବିତୀୟ ପର୍ଯ୍ୟାୟରେ ୫ଟି, ଏପ୍ରିଲ ୨୩ତାରିଖ ତୃତୀୟ ପର୍ଯ୍ୟାୟରେ ୬ଟି ଓ ଏପ୍ରିଲ ୨୯ତାରିଖ ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ମତଗ୍ରହଣ ହେବ ।

ମେ ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହି ୪ଟି ପର୍ଯ୍ୟାୟରେ ହିଁ ରାଜ୍ୟର ୧୪୭ଟି ବିଧାନସଭା ଆସନ ପାଇଁ ମଧ୍ୟ ମତଗ୍ରହଣ ହେବ ।

ପ୍ରଥମ ପର୍ଯ୍ୟାୟ ପାଇଁ ମାର୍ଚ୍ଚ ୧୮ରେ ବିଜ୍ଞପ୍ତି ପ୍ରକାଶ ପାଇବ, ମାର୍ଚ୍ଚ ୨୫ରେ ନାମାଙ୍କନ ଦାଖଲର ଶେଷ ତାରିଖ, ମାର୍ଚ୍ଚ ୨୬ରେ ନାମାଙ୍କନ ଯାଞ୍ଚ, ମାର୍ଚ୍ଚ ୨୮ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ, ଏପ୍ରିଲ ୧୧ତାରିଖରେ ଭୋଟିଂ, ମେ ୨୩ରେ ଫଳାଫଳ ପ୍ରକାଶ ପାଇବ ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ପାଇଁ ମାର୍ଚ୍ଚ ୧୯ରେ ବିଜ୍ଞପ୍ତି ପ୍ରକାଶ ପାଇବ, ମାର୍ଚ୍ଚ ୨୬ରେ ନାମାଙ୍କନ ଦାଖଲର ଶେଷ ତାରିଖ, ମାର୍ଚ୍ଚ ୨୭ରେ ନାମାଙ୍କନ ଯାଞ୍ଚ, ମାର୍ଚ୍ଚ ୨୯ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ, ଏପ୍ରିଲ ୧୮ତାରିଖରେ ଭୋଟିଂ, ମେ ୨୩ରେ ଫଳାଫଳ ପ୍ରକାଶ ପାଇବ ।

ସେହିପରି ତୃତୀୟ ପର୍ଯ୍ୟାୟ ପାଇଁ ମାର୍ଚ୍ଚ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବ, ଏପ୍ରିଲ ୪ରେ ନାମାଙ୍କନ ଦାଖଲର ଶେଷ ତାରିଖ, ଏପ୍ରିଲ ୫ରେ ନାମାଙ୍କନ ଯାଞ୍ଚ, ଏପ୍ରିଲ ୮ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ, ଏପ୍ରିଲ ୨୩ତାରିଖରେ ଭୋଟିଂ, ମେ ୨୩ରେ ଫଳାଫଳ ପ୍ରକାଶ ପାଇବ ।

ସେହିପରି ଚତୁର୍ଥ ପର୍ଯ୍ୟାୟ ପାଇଁ ଏପ୍ରିଲ ୨ରେ ବିଜ୍ଞପ୍ତି ପ୍ରକାଶ ପାଇବ, ଏପ୍ରିଲ ୪ରେ ନାମାଙ୍କନ ଦାଖଲର ଶେଷ ତାରିଖ, ଏପ୍ରିଲ ୫ରେ ନାମାଙ୍କନ ଯାଞ୍ଚ, ଏପ୍ରିଲ ୮ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ, ଏପ୍ରିଲ ୨୯ତାରିଖରେ ଭୋଟିଂ, ମେ ୨୩ରେ ଫଳାଫଳ ପ୍ରକାଶ ପାଇବ ।

ସେହିପରି ପଞ୍ଚମ ପର୍ଯ୍ୟାୟ ପାଇଁ ଏପ୍ରିଲ ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ, ମେ ୬ତାରିଖରେ ଭୋଟିଂ, ମେ ୨୩ରେ ଫଳାଫଳ ପ୍ରକାଶ ପାଇବ ।

ସେହିପରି ଷଷ୍ଠ ପର୍ଯ୍ୟାୟ ପାଇଁ ଏପ୍ରିଲ ୧୬ରେ ବିଜ୍ଞପ୍ତି ପ୍ରକାଶ ପାଇବ, ମେ ୧୨ତାରିଖରେ ଭୋଟିଂ, ମେ ୨୩ରେ ଫଳାଫଳ ପ୍ରକାଶ ପାଇବ ।

ସେହିପରି ସପ୍ତମ ପର୍ଯ୍ୟାୟ ପାଇଁ ଏପ୍ରିଲ ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇବ, ମେ ୧୯ତାରିଖରେ ଭୋଟିଂ, ମେ ୨୩ରେ ଫଳାଫଳ ପ୍ରକାଶ ପାଇବ ।

ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ଲକ୍ଷ୍ୟ ରଖିଛନ୍ତି ନିର୍ବାଚନ ପରିଚାଳନା ଲକ୍ଷ୍ୟ ରଖିଛନ୍ତି ନିର୍ବାଚନ କମିଶନର । ନିର୍ବାଚନ ଖର୍ଚ୍ଚ ଉପରେ ଆୟକର ବିଭାଗ ସହ ଆଲୋଚନା ହୋଇଛି । ୮କୋଟି ୪୩ ଲକ୍ଷ ଭୋଟର ବଢିଛନ୍ତି । ନିର୍ବାଚନ ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଛି । ନିର୍ବାଚନରେ ୯୦ କୋଟି ଭୋଟର ମତାଧିକାର ସାବ୍ୟସ୍ତ କରିବେ । ୧ କୋଟି ୫୯ ଲକ୍ଷ ନୂଆ ଯୁବ ଭୋଟର ପଞ୍ଜିକୃତ ହୋଇଛନ୍ତି । ଏଥର ନିର୍ବାଚନରେ ୮ କୋଟି ୪୩ ଲକ୍ଷ ଭୋଟର ବଢିଛନ୍ତି । ଇଭିଏମ୍ ରେ ପ୍ରାର୍ଥିଙ୍କ ଫଟୋ ରହିବ । ସମସ୍ତ ବୁଥ୍ ରେ ଭିଭିପାଟ୍ ବ୍ୟବହାର ହେବ । ନୋଟାର ବ୍ୟବହାର ହେବ । ଆଜିଠାରୁ ଆଚରଣ ସଂହିତା ଲାଗୁ ହେଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.