Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନଭେମ୍ବର ୨୯ ପୂର୍ବରୁ ବିହାର ବିଧାନସଭା ଭୋଟ୍‌, ଏକାସାଙ୍ଗେ ଦେଶର ୬୪ ବିଧାନସଭା ସହ ଗୋଟିଏ ଲୋକସଭା ଆସନରେ ଉପ ନିର୍ବାଚନ

4/09/2020 at 4:13 PM

ନୂଆଦିଲ୍ଲୀ ୦୪।୦୯: କରୋନା ପ୍ରକୋପ ସତ୍ଵେ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ। ବିହାର ନିର୍ବାଚନ ସହିତ ଦେଶର ୬୫ଟି ଆସନରେ ଉପ ନିର୍ବାଚନ ମଧ୍ୟ ହେବ। ଏହା ସହିତ ନିର୍ବାଚନ ଆୟୋଗ ଶୁକ୍ରବାର ଘୋଷଣା କରିଛନ୍ତି ବିହାର ବିଧାନସଭା ନିର୍ବାଚନ ୨୦୨୦ ନଭେମ୍ବର ୨୯ ସୁଦ୍ଧା ସଂପନ୍ନ ହେବ। ଉଲ୍ଲେଖନୀୟ ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୯ରେ ସମାପ୍ତ ହେବାକୁ ଯାଉଛି।

ବିହାରରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଆୟୋଗ କହିଛନ୍ତି ବିହାର ନିର୍ବାଚନ ସହିତ ଉପ ନିର୍ବାଚନର ତାରିଖ ଶୀଘ୍ର ଘୋଷଣା କରାଯିବ। ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଆୟୋଗ ନିକଟରେ ନିର୍ବାଚନ ଓ ଉପ ନିର୍ବାଚନକୁ ନେଇ ମାର୍ଗଦର୍ଶିକା ଜାରି କରିଥିଲେ। ସେଥିରେ ମଧ୍ୟ ସ୍ଥିର ହୋଇଥିଲା ଯେ କରୋନା ଓ ବନ୍ୟା ପ୍ରଭାବିତ ବିହାରରେ ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବ। ହେଲେ ବିରୋଧୀ ସମେତ ଏନଡିଏରେ ସାମିଲ ଏଲଜେପି ବିହାର ନିର୍ବାଚନ ଘୁଞ୍ଚାଇବାକୁ ଦାବି କରିଥିଲେ।

ବିହାର ବିଧାନସଭା ନିର୍ବାଚନକୁ ନେଇ ଆୟୋଗ ବିସ୍ତୃତ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଗାଇଡ୍‌ଲାଇନ୍‌ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ସମୟରେ ସାମାଜିକ ଦୂରତା ପାଳନ କରାଯିବ। ଇସି ବିରୋଧୀ ଦଳଗୁଡିକର ବିରୋଧ କାରଣରୁ ୬୫ ବର୍ଷର ବୃଦ୍ଧ ବ୍ୟକ୍ତିଙ୍କୁ ପୋଷ୍ଟାଲ ବାଲାଟ୍‌ର ସୁବିଧା ଦେବା ଆଦେଶକୁ ପ୍ରତ୍ୟାହାର କରିଛନ୍ତି।

ଇସିଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ପ୍ରାର୍ଥୀ ଅନଲାଇନ୍‌ ଜରିଆରେ ନାମାଙ୍କନ ପତ୍ର ଦାଖଲ କରିବେ। ସିକ୍ୟୁରିଟି ବଣ୍ଡ ମଧ୍ୟ ଅନଲାନଇ୍‌ରେ ଜମା କରିବେ। ଏହା ସହିତ ପ୍ରାର୍ଥୀ କାର୍ଯ୍ୟାଳୟ ଯାଇ ନାମାଙ୍କନ ପତ୍ର ଦାଖଲ କରିବାର ବିକଳ୍ପ ମଧ୍ୟ ରହିବ। ମାତ୍ର ଏଥିପାଇଁ କେବଳ ସାଙ୍ଗରେ ଦୁଇ ଜଣ ଲୋକ ହିଁ ଯାଇ ପାରିବେ। ସର୍ବାଧିକ ଦୁଇଟି ଗାଡି ପ୍ରାର୍ଥୀ ସାଙ୍ଗରେ ନେଇ ଯାଇ ପାରିବେ। ଜନସଂପର୍କ ଅଭିଯାନରେ ଘର ଘର ବୁଲିବା ପାଇଁ ସର୍ବାଧିକ ୫ ଜଣଙ୍କୁ ଅନୁମତି ମିଳିବ। ଏହା ସହିତ ରାଲି କରିବା ବେଳେ ସାମାଜିକ ଦୂରତା ପ୍ରତି ଧ୍ୟାନ ରଖିବାକୁ ହେବ। କେତେ ଲୋକ ରାଲିକୁ ଆସିବେ ସେଥିପାଇଁ ପୂର୍ବରୁ ସୂଚନା ଦିଆଯିବ।

   Related Posts