Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବିହାର ବିଧାନପରିଷଦ ନିର୍ବାଚନ ଜୁଲାଇ ୬ରେ, ଲକଡାଉନ୍ ଯୋଗୁ ଟାଳିଥିଲେ ନିର୍ବାଚନ କମିଶନ

15/06/2020 at 6:15 PM

ନୂଆଦିଲ୍ଲୀ ୧୫।୬: ବିହାର ବିଧାନପରିଷଦ ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି। ନିର୍ବାଚନ କମିଶନ ଏଥିଲାଗି ଜୁଲାଇ ୬ ତାରିଖ ଧାର୍ଯ୍ୟ କରିଥିବା ବେଳେ ୧୮ ତାରିଖରେ ଅଧିସୂଚନା ଜାରି କରିବେ ବୋଲି ସୋମବାର କହିଛନ୍ତି। ରାଜ୍ୟ ବିଧାନପରିଷଦ ନିର୍ବାଚନ ଲାଗି ପୂର୍ବରୁ ତିଥି ନିର୍ଦ୍ଧାରିତ ହୋଇଥିଲା। ତେବେ କରୋନା ଲକଡାଉନ ଯୋଗୁ ଅନିର୍ଦ୍ଧିଷ୍ଟ ଅବଧି ଲାଗି ଟାଳି ଦିଆଯାଇଥିଲା।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ବୟାନ ଅନୁସାରେ ବିହାର ବିଧାପରିଷଦର ୯ ସଦସ୍ୟଙ୍କ କାର୍ଯ୍ୟକାଳ ମେ ୬ ତାରିଖରେ ସମାପ୍ତ ହୋଇଛି। ଏଥିଲାଗି ଆୟୋଗ ଏପ୍ରିଲ ୩ ତାରିଖରେ ନିର୍ବାଚନ ଲାଗି ବିଜ୍ଞପ୍ତି ଜାରି କରିଥିଲେ। ତେବେ ମାର୍ଚ୍ଚ ୨୫ରୁ ସାରା ଦେଶରେ ଜାରି କରୋନା ଲକଡାଉନ ଯୋଗୁ ନିର୍ବାଚନ ସ୍ଥଗିତ କରାଯାଇଥିଲା। ଏବେ ସରକାର ଲକଡାଉନ ଜାରି ରଖିଥିଲେ ବି ନିୟମ କୋହଳ କରିଛନ୍ତି। ଏଣୁ ବିଧାନପରିଷଦ ନିର୍ବାଚନ କରାଇବାରେ କୌଣସି ଅସୁବିଧା ନଥିବା କୁହାଯାଇଛି।

ନିର୍ବାଚନ ଲାଗି ଜୁନ ୧୮ ତାରିଖରେ ପୁଣି ଅଧିସୂଚନା ଜାରି ହେବ ଓ ଜୁଲାଇ ୬ ତାରିଖରେ ରିକ୍ତ ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି। ନିର୍ବାଚନ ଶେଷ ହେବା ପରେ ନିର୍ଦ୍ଧାରିତ ନିୟମାନୁସାରେ ସେହି ଦିନ ଭୋଟ ଗଣନା କରାଯିବ ଓ ନିର୍ବାଚିତ ନେତାଙ୍କ ନାମ ଘୋଷଣା କରାଯିବ। ବିହାର ବିଧାନସଭାର ବିଧାୟକମାନେ ନୂଆ ବିଧାନପରିଷଦ ସଦସ୍ୟଙ୍କ ନିର୍ବାଚନ କରିବେ।  

   Related Posts