ଜମୁଛି ପ୍ରଚାର ମୈଦାନ- ବିଜେପୁରରେ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ନେତାଙ୍କର ଜୋରଦାର ପ୍ରୟାସ

Published By : Prameya-News7 Bureau | October 15, 2019 IST

ବିଜେପୁର  ୧୫।୧୦- ବିଜେପୁର ଭୋଟ ପାଇଁ ହାତରେ ମାତ୍ର ୪ ଦିନ । ତେଣୁ ଭୋଟରଙ୍କୁ ମନେଇବା ଲାଗି ୩ ପ୍ରମୁଖ ଦଳ ଲାଗିପଡିଛନ୍ତି । ବିଶେଷକରି ବରପାଲୀରେ ବିଜେପି ଓ ବିଜେଡି ଅଧିକରୁ ଅଧିକ ଭୋଟ୍ ହାତେଇବାକୁ ଅଧିକ ଫୋକସ୍ କରୁଛନ୍ତି । ଏହି ବ୍ଲକରେ ଚାଷୀ, ବୁଣାକାର, ଏସ୍ସି ଓ ଏସ୍ଟି ଭୋଟ୍ ଅଧିକ । ଯିଏ ଏଠାରୁ ଅଧିକ ଭୋଟ୍ ହାତେଇବା ତା ପାଇଁ ବିଜେପୁର ହର୍ଡଲ୍ ପାର କରିବା ସହଜ ହେବ । ….

{"id":170513}

ବରପାଲ୍ଲୀ ବ୍ଲକରେ ବିଜେଡି ବିଜେପି ଛକାପଞ୍ଝା । ଚାଷୀ, ବୁଣାକାର ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ଭୋଟ ହେବ ବଡ଼ ଫ୍ୟାକ୍ଟର।  ବରପାଲ୍ଲୀରେ ଚାଷୀ ଓ ଅନୁସୂଚିତ ଜାତି ଓ ଜନଜାତିଙ୍କ ଭୋଟ ଅଧିକ । ଏମାନଙ୍କ ଭୋଟ ଯିଏ ହାତେଇବ ତା ପାଇଁ ଆସନ ଜିତିବା ସହଜ ହେବ । ଗତ ନିର୍ବାଚନରେ ବିଜେପି ୧୫ ହଜାର ଭୋଟ ପାଇଥିବାବେଳେ ବିଜେଡି ଓ କଂଗ୍ରେସ  ମାତ୍ର ୪ହଜାର ଭୋଟ ପାଇଥିଲେ । ଏଠି ବିଜେପି ଭୋଟ ବ୍ୟାଙ୍କ ଥିବାବେଳେ ବିଜେଡି ଗତ ନିର୍ବାଚନରେ ଏଠି ଭଲ ପ୍ରଭାବ ପକାଇଛି । ଏହି ଦୁଇ ଦଳ ମଧ୍ୟରେ ଏଠାରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି ।

ବରପାଲ୍ଲୀରେ ବିଜେଡି ତାର ଭୋଟ ବଢ଼େଇବା ପାଇଁ  ଦୁଇଦିନ ହେଲା ପ୍ରଚାରକୁ ଜୋରଦାର କରିଛି । ବିଜେଡି ପ୍ରାର୍ଥୀ ରିତା ସାହୁଙ୍କ ସମତେ ଛାମୁଆ ନେତା ଓ ମନ୍ତ୍ରୀ ତାଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି। ଏହା ସହ ବିଜେପୁରରେ ଅଭିନେତା ଅରିନ୍ଦମଙ୍କୁ ମଇଦାନକୁ ଛାଡିଛି ବିଜେଡି। ବରପଲ୍ଲୀରେ ବିଜେପି ତାର କର୍ମୀଙ୍କୁ ନିୟୋଜିତ କରିଥିବା ବେଳେ ବିଜେପୁରରେ ପ୍ରଚାର ମଙ୍ଗ ଧରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।  ସେପଟେ କଂଗ୍ରେସ ନେତା ଦିଲ୍ଲୀପ ପଣ୍ଡା ବିଜେପୁରରେ ଘରଘର ବୁଲି ପ୍ରଚାର କରିଛନ୍ତି ।

{"id":170514}

ଦିନକୁ ଦିନ ପ୍ରଚାର ମୈଦାନ ଜମୁଛୁ । ସବୁ ଦଳ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଦିନରାତି ଏକ କରିଦେଇଛନ୍ତି। ଅସନ୍ତାକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ସହ ଏଆଇସିସି ମେମ୍ବରମାନେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ସାମିଲ ହେବେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.