ନିର୍ବାଚନ ନେଇ ଜମୁଛି ପ୍ରଚାର : ମଇଦାନରେ ତୁଙ୍ଗ ନେତା

Published By : Prameya-News7 Bureau | April 16, 2019 IST

ଭୁବନେଶ୍ବର ୧୬/୪: ନିର୍ବାଚନ ନେଇ ଜମୁଛି ପ୍ରଚାର। ଆସନ୍ତା ୨୩ ତାରିଖରେ ରାଜ୍ୟରେ ୬ଟି ଲୋକସଭା ନିର୍ବାଚନମଣ୍ଡଳୀ ଓଏହାର ଅଧିୀନରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀର ପାଇଁ ଭୋଟ ହେବ। ତୃତୀୟ ପର୍ଯ୍ୟାୟରେ ରାଜ୍ୟର ସମ୍ବଲପୁର,କେନ୍ଦୁଝର,ଢେଙ୍କାନାଳ,କଟକ,ପୁରୀ ଓ ଭୁବନେଶ୍ବରରେ ମତଦାନ ହେବ। ୨୩ ତାରିଖରେ ଘସିପୁରା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବଦ୍ରିଙ୍କ ଗଡରେ ଜୋରଦାର ପ୍ରଚାର କରିଛନ୍ତି କଂଗ୍ରେସ ବିଧାନସଭା ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ। ଘସିପୁରା ବ୍ଲକର ବିଭିନ୍ନ ପଞ୍ଚାୟତରେ କଂଗ୍ରେସ କର୍ମୀ କରିଛନ୍ତି ରୋଡ ସୋ।

ଏପଟେ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀରେ ବିଜେପି ପକ୍ଷରୁ ରୋଡ କରାଯାଇଛି। ପାଟଣା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ ନିଜ କର୍ମୀ ଓ ସମର୍ଥକଙ୍କ ସହିତ ଏକ ବିଶାଳ ବାଇକ ରାଲି କରି ଗାଁ ଗାଁ ବୁଲିବା ସହିତ ଭୋଟ ଭିକ୍ଷା କରିଛନ୍ତି।

ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପ୍ରଥମାଖଣ୍ଡ ସମାନ୍ତରାପୁର,ଅତଲାପୁର ପଞ୍ଚାୟତରେ ବିଜେଡି ତାର ନିର୍ବାଚନ ପ୍ରଚାରକୁ ଜୋରାଦାର କରିଛି। ବରୀ ନିର୍ବାଚନମଣ୍ଡଳୀରେ ବିଧାୟିକା ପ୍ରାର୍ଥିନୀ ସୁନନ୍ଦା ଦାଶ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଥିଲେ। ନିଜ ସପକ୍ଷରେ ଓ ଯାଜପୁର ଜିଲା ସାଂସଦ ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀଙ୍କୁ ବିପୁଳ ଭୋଟ ଦେଇ ବିଜୟୀ କରାଇବାକୁ ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.