Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ନିର୍ବାଚନ ବେଳେ କେଉଁ ପ୍ରାର୍ଥୀ କେତେ ଖର୍ଚ୍ଚ କରିପାରିବେ ଜାଣନ୍ତୁ

13/03/2019 at 5:14 PM

ଦିଲ୍ଲୀ ୧୩/୩ : ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି | ନିର୍ବାଚନ କଥା ଶୁଣିଲା ମାତ୍ରେ ମନରେ ଆସେ କେଉଁ ପ୍ରାର୍ଥୀ କେତେ ଖର୍ଚ୍ଚ କରିବ | ନିର୍ବାଚନରେ ପ୍ରଚାର ପାଇଁ କରାଯାଉଥିବା ଖର୍ଚ୍ଚ ଏକ ଗୁରୁତ୍ୱପୂର୍ଣ ବିଷୟ | ପ୍ରତ୍ୟେକ ଦଳର ପ୍ରାର୍ଥୀ ନିର୍ବାଚନ ପ୍ରଚାର ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଥାନ୍ତି | କିନ୍ତୁ ନିର୍ବାଚନ ପ୍ରଚାରରେ ଖର୍ଚ୍ଚକୁ ନେଇ ନିର୍ବାଚନ ଆୟୋଗ କିଛି ନିୟମ ପ୍ରଣୟନ କରିଛନ୍ତି | ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଖର୍ଚ୍ଚ ନିର୍ବାଚନ ଆୟୋଗ ଏକ ସୀମା ପ୍ରସ୍ତୁତ କରିଛନ୍ତି | ପ୍ରାର୍ଥୀ ସେହି ସୀମା ମଧ୍ୟରେ ରହି ଖର୍ଚ୍ଚ କରିବାକୁ ନିର୍ଦେଶ ଦିଆଯାଇଥାଏ | କିନ୍ତୁ ରାଜନୈତିକ ଦଳମାନଙ୍କ ପାଇଁ ଖର୍ଚ୍ଚର କୌଣସି ସୀମା ନଥାଏ |


ଲୋକସଭା ନିର୍ବାଚନ କଥା ଯଦି କୁହାଯାଏ ତାହେଲେ ଜଣେ ପ୍ରାର୍ଥୀ ନିଜ ଅଂଚଳରେ ୫୦ ଲକ୍ଷରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବ | ଏହି ଖର୍ଚ୍ଚ ସୀମା ମଧ୍ୟ ରାଜ୍ୟ ଆଧାରରେ ନିର୍ଣ୍ଣୟ କରାଯାଇଥାଏ | ଛୋଟ ରାଜ୍ୟରେ ପ୍ରାର୍ଥୀ ୫୦ ଲକ୍ଷ ଏବଂ ବଡ ରାଜ୍ୟରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ |


ପୂର୍ବରୁ ଏହି ସୀମା ଆହୁରି କମ ଥିଲା | କିନ୍ତୁ ଚଳିତ ବର୍ଷ ଖର୍ଚ୍ଚର ସୀମା ବଢ଼ାଇ ଦିଆଯାଇଛି | ଜନସଂଖ୍ୟା ଆଧାରରେ ଏହି ଖର୍ଚ୍ଚର ସୀମା ବଢ଼ାଇ ଦିଆଯାଇଛି | ପୂର୍ବରୁ ଏହା ୪୦ ଲକ୍ଷ ଥିଲା |


ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ, ପ୍ରାର୍ଥୀଙ୍କୁ ନିର୍ବାଚନୀ ପ୍ରଚାର ଖର୍ଚ୍ଚ ପାଇଁ ଏକ ଆକାଉଣ୍ଟ ଖୋଲିବାକୁ ପଡିଥାଏ | ସେହି ଆକାଉଣ୍ଟରୁ ପ୍ରାର୍ଥୀଙ୍କୁ ଖର୍ଚ୍ଚ କରିବାକୁ ହୋଇଥାଏ | ୨୦ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ ଚେକ ମାଧ୍ୟମରେ କରାଯାଇଥାଏ |


କୌଣସି ଦଳ କିମ୍ବା ଦଳର ନେତାଙ୍କ ତରଫରୁ କରାଯାଇଥିବା କାର୍ଯ୍ୟକ୍ରମ ବା ପ୍ରଚାର ଖର୍ଚ୍ଚ ପ୍ରାର୍ଥୀଙ୍କ ଖର୍ଚ୍ଚରେ ଯୋଡି ହୋଇନଥାଏ | ଚଳିତ ନିର୍ବାଚନଠାରୁ ସୋସିଆଲ ମିଡ଼ିଆରେ ବିଜ୍ଞାପନ ଖର୍ଚ୍ଚକୁ ମଧ୍ୟ ନିର୍ବାଚନୀ ଖର୍ଚ୍ଚ ଅନ୍ତର୍ଭୁକ୍ତ କରାଯିବ | ସବୁ ପ୍ରାର୍ଥୀଙ୍କୁ ପ୍ରତିଦିନର ଖର୍ଚ୍ଚର ହିସାବ ଏକ ଡାଏରୀରେ ଲେଖିବାକୁ ପଡିବ | ଏହି ଡାଏରୀରେ ଖର୍ଚ୍ଚ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଲେଖାଯିବ |


ଗ୍ରାମା଼ଞ୍ଚଳ ଏବଂ ସହରାଂଚଳରେ ଭଡାରେ ନିଆଯାଇଥିବା କାର୍ଯ୍ୟାଳୟ ପାଇଁ ମାସିକ ୫୦୦୦ ରୁ ୧୦, ୦୦୦ ଟଙ୍କା ରଖାଯାଇଛି | ଏଥିରେ ବେଲୁନ, ଝାଡୁ, ସିସିଟିଭି କ୍ୟାମେରା ଆଦି ମଧ୍ୟ ସାମିଲ ଅଛି |


ଚା’ ପାଣି ଖର୍ଚ୍ଚ ମଧ୍ୟ ଏଥିରେ ଯୋଡ଼ାଯିବ | ନିକଟରେ ପଞ୍ଜାବ ନିର୍ବାଚନ କାର୍ଯ୍ୟାଳୟ କହିଥିଲା ଯେ, ଯଦି କୌଣସି ପ୍ରାର୍ଥୀ ନିଜ ସମର୍ଥକଙ୍କୁ ଗୋଟିଏ କପ ଚା ଏବଂ ଗୋଟିଏ ସିଙ୍ଗଡ଼ା ଦିଏ ତାହେଲେ ଏହାର ମୂଲ୍ୟ ୧୮ ଟଙ୍କା ହେବା ଦରକାର | ଚା’ କପ ୮ ଟଙ୍କା ଏବଂ ସିଙ୍ଗଡ଼ା ୧୦ ଟଙ୍କା | ବରଫି କିଲୋ ୨୦୦ ଟଙ୍କା, ବିସ୍କୁଟ ୧୫୦ ଟଙ୍କା ଏବଂ ପକୁଡି ୧୦ ଟଙ୍କା ପ୍ଲେଟ, ଜିଳାପି କିଲୋ ୧୪୦ ଟଙ୍କା | ଏଭଳି ଅନେକ ଖାଇବା ପିଇବା ଜିନିଷ ତାଲିକାରେ ଅନ୍ତର୍ଭୁକ୍ତ | ବସ କିମ୍ବା ଅନ୍ୟ କୌଣସି ଗାଡି ଭଡାରେ ନେବା ପାଇଁ ହେଲେ ତା ପାଇଁ ମଧ୍ୟ ୭୫୦ ଟଙ୍କାରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ସୀମା ନିର୍ଣ୍ଣୟ କରାଯାଇଛି | ପ୍ରଚାର କାର୍ଯ୍ୟକ୍ରମରେ ବେଳେବେଳେ ପ୍ରାର୍ଥୀ ଗାୟକମାନଙ୍କୁ ମଧ୍ୟ ନିମଂତ୍ରଣ କରିଥାନ୍ତି | ପ୍ରସିଦ୍ଧ ଗାୟକମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ନିର୍ଣ୍ଣୟ କରାଯାଇଥିବାବେଳେ ସ୍ଥାନୀୟ ଗାୟକଙ୍କ ପାଇଁ ୩୦ ହଜାର ଟଙ୍କା ରଖଯାଇଛି |

   Related Posts