ବୁଗୁଡ଼ା ଅନ୍ନପୂର୍ଣ୍ଣା ନଗରରେ ମହିଳାଙ୍କ ଗଳା କାଟି ନିର୍ମମ ଭାବେ ହତ୍ୟା

Published By : Prameya-News7 Bureau | December 08, 2018 IST

ବୁଗୁଡ଼ା ୮/୧୨ : ଗଂଜାମ ଜିଲ୍ଲା ବୁଡୁଗ ଅନ୍ନପୂର୍ଣ୍ଣା ନଗରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି | ଜଣେ ମହିଳାଙ୍କୁ ତାଙ୍କ ନିଜ ଘରେ କେହି ଜଣେ ନିର୍ମମ ଭାବେ ଗଳା କାଟି ହତ୍ୟା କରିଛି | ମୃତ ମହିଳାଙ୍କ ନାଁ କନକଲତା ସାହୁ | ତାଙ୍କ ବୟସ ୫୦ ବର୍ଷ | କବିରାଜ ସାହୁଙ୍କ ପତ୍ନୀ କନକଲତା ସାହୁ ଘରେ ଏକୁଟିଆ ଥିବାବେଳେ ତାଙ୍କ ବେକକୁ କାଟି ହତ୍ୟା କରାଯାଇଛି | କନକଲତାଙ୍କ ନିଜ ସମୁଦୀ ଅର୍ଥାତ ତାଙ୍କ ପୁଅର ଶ୍ୱଶୁର ଏଭଳି କାଣ୍ଡ ଘଟାଇଥିବା ଆଲୋଚନା ହେଉଛି | କିଛି ଦିନ ତଳେ କନକଲତାଙ୍କ ବୋହୁର ମୃତ୍ୟୁ ହୋଇଥିଲା | ଶ୍ୱଶୁର ଘର ଲୋକେ ତାଙ୍କୁ ମାରିଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା | ଝିଅ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ କନକଲତାଙ୍କ ସମୁଦୀ ତାଙ୍କୁ ହତ୍ୟା କରିଥିବା ଆଲୋଚନା ହେଉଛି | ଖବର ପାଇବ ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି |


ସୂଚନାଯୋଗ୍ୟ ଯେ, କନକଲତା ସାହୁଙ୍କ ସମୁଦୀ ବସନ୍ତ ସାହୁ ଆଜି ବୁଗୁଡ଼ା ଆସିଥିଲେ | ତାଙ୍କୁ କିଛି ଲୋକ ଦେଖିଥିବା ମଧ୍ୟ କହିଛନ୍ତି | ତାଙ୍କ ଘର ଗଂଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ପଟ୍ଟାଧର ଗାଁରେ | ତେବେ ଘଟଣା ପରଠୁ ସେ ଫେରାର ଅଛନ୍ତି | ୨୦୧୭ ମସିହାରେ ବସନ୍ତ ସାହୁଙ୍କ ଝିଅର ମୃତ୍ୟୁ ହୋଇଥିଲା | ଏହି ଘଟଣାରେ କନକ ସାହୁ ଓ କବିରାଜ ସାହୁଙ୍କ ଦୁଇ ପୁଅ ଏବେ ଜେଲରେ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.