Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||
  • ପୁରୀ : ଶ୍ରୀମନ୍ଦିରରେ ବଢିଲା କଟକଣା : ସପ୍ତାହର ୨ଦିନ ଦର୍ଶନ ବନ୍ଦ, ବାହାର ଭକ୍ତଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||

ହସ୍ପିଟାଲ କାହା ପାଇଁ ? ନା ଶୁଣିଲା ଏମକେସିଜି ନା ଏମ୍ସ, ଶେଷରେ କଟକ ଏସସିବିରେ ଭର୍ତ୍ତି ହେଲେ ବୃଦ୍ଧା

2/04/2021 at 6:34 PM

ବ୍ରହ୍ମପୁର ୦୨/୦୪ : ବ୍ରହ୍ମପୁର ବଡ଼ ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହିନତା ପାଇଁ ଭୋଗୁଛନ୍ତି ୭୦ବର୍ଷର ବୃଦ୍ଧା । ଚିକିତ୍ସା ପାଇଁ ଆସିଥିବା ବୃଦ୍ଧା ମେଡିକାଲ ପରିସରରେ ଥିବା ନିର୍ମାଣଧୀନ ଲିଫ୍ଟରେ ପଡି ଗୁରୁତର ହେବା ପରେ ତାଙ୍କୁ ଚିକିତ୍ସା ନକରି ଭୁବନେଶ୍ବର ଏମ୍ସ ପଠାଇ ଦେଇଥିଲେ । ସେଠାରେ ମଧ୍ୟ ଚିକିତ୍ସା ସେବା ମିଳିଲାନି । ଏବେ କଟକ ମେଡିକାଲରେ ବୃଦ୍ଧା ଜଣକ ଚିକିତ୍ସିତ ହେଉଛନ୍ତି ।

ଚକ୍ଷୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ଆସଥିଲେ ବୃଦ୍ଧା, କିନ୍ତୁ ହସ୍ପିଟାଲ ପରିସରରେ ଥିବା ନିର୍ମାଣଧୀନ ଲିଫ୍ଟ ନିକଟରେ ପଡି ଗୁରୁତର ଆହତ ହୋଇଥିଲେ । ହେଲେ ୭୦ବର୍ଷ ବୃଦ୍ଧାଙ୍କ ଦୁଃଖ ଏତିକିରେ ସରିନଥିଲା । ଏମକେସିଜି ଡାକ୍ତର ବୃଦ୍ଧାଙ୍କୁ ଚିକିତ୍ସା  କରିବେ କଣ ତାଙ୍କୁ ଭୁବନେଶ୍ବର ଏମସକୁ ପଠାଇ କାମ ସାରିଦେଲେ । ଆଉ ସେପଟେ ଏମସ୍ ମଧ୍ୟ  ଚିକିତ୍ସା ନକରି ପୁଣି ଏମକେସିଜି ପଠାଇଦେଲେ ।  ଶେଷରେ ଉଭୟ ହସ୍ପିଟାଲରୁ  ନିରାଶ ହୋଇ ଏବେ ବୃଦ୍ଧାଜଣଙ୍କ କଟକ ଏସସିବିରେ ଭର୍ତ୍ତି ହୋଇଛନ୍ତି  ।

ଗଞାମ ଜିଲ୍ଲା ହୁଗୁଳାପଟା ଗାଁର ପୁନା ସାହୁ ଗତ ୩୧ ତାରିଖରେ ଚକ୍ଷୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ ଆସିଥିଲେ । ମାଆକୁ ମେଡିକାଲରେ ବସାଇ ପୁଅ ବାହାରକୁ ପରୀକ୍ଷା ରିପୋର୍ଟ ଆଣିବାକୁ ଯାଇଥିଲେ । ଏହି ସମୟରେ ବୃଦ୍ଧା ମାଆ ଏମକେସିଜି ପରିସରରେ ଥିବା ନିର୍ମାଣଧୀନ ଲିଫ୍ଟରେ ପଡିଯାଇଥିଲେ । ତାଙ୍କ ହାତ ଗୋଡରେ ଗଭୀର ଆଘାତ ଲାଗିଥିଲା । ତେବେ ବୃଦ୍ଧାଙ୍କୁ ଚିକିତ୍ସା କରିବା ବଦଳରେ ଏମକେସିଜି ମେଡିକାଲ କର୍ତ୍ତୃପକ୍ଷ ଓ ଲିଫ୍ଟ ନିର୍ମାଣ କରୁଥିବା ପୂର୍ତ୍ତ ବିଭାଗ ମଧ୍ୟରେ ଚାଲିଛି କାଦୁଅ ଫିଙ୍ଗା । ତଦନ୍ତ ଆଳ ଦେଖାଇ ନିଜ ଦାୟିତ୍ବରୁ  ଖସିଯାଇଛନ୍ତି କର୍ତ୍ତୃପକ୍ଷ ।

ପୂର୍ବରୁ ବିଭିନ୍ନ ଘଟଣାରେ ବଦନାମ ମୁଣ୍ଡାଇଥିବା ଏମକେସିଜି ହସ୍ପିଟାଲ କର୍ତ୍ତୃପକ୍ଷଙ୍କର ବିରୋଧରେ ଇଏ ନୂଆ ଅଭିଯୋଗ । ମେଡିକାଲ କର୍ତ୍ତୁପକ୍ଷ ଓ ପୁର୍ତ୍ତବିଭାଗର କଳି ଭିତରେ ସାଧାରଣ ରୋଗୀଟିଏ ଏଭଳି ସମସ୍ୟା ଭୋଗିବେ କାହିଁକି ।

   Related Posts