Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଭିକ ମାଗି ୧୫୦ ଟଙ୍କା ଜମା କରିଥିଲେ ବୃଦ୍ଧା, ହତ୍ୟା କରି ଲୁଟିନେଲା ଅନ୍ୟଜଣେ ଭିକାରୀ

28/10/2020 at 10:34 PM

ଲୁଧିଆନା ୨୮/୧୦: ଭିକାରୁଣୀର ଭିକ ଟଙ୍କା ଲୁଟ କରିବାକୁ ଯାଇ ପଶୁ ପାଲଟିଗଲା ଆଉ ଜଣେ ଭିକାରୀ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପଞ୍ଜାବର ଲୁଧିଆନାରେ। ବୃଦ୍ଧାଙ୍କ ପାଖରୁ ଭିକ ଟଙ୍କା ଛଡ଼ାଇବାକୁ ଉଦ୍ୟମ କରି ବିଫଳ ହେବା ପରେ ପଥରରେ ଛେଚି ମାରିଦେଲା ଆଉ ଜଣେ ଭିକାରୀ। ଏମିତି ଏକ ଘଟଣା ପରେ ପାଖରେ ଥିବା ଏକ ଦୋକାନୀର ସୂଚନା ପରେ ପୋଲିସ ପହଞ୍ଚି ଅଜଣା ଭିକାରୀ ନାଁରେ ମାମଲା ରୁଜୁ କରିଛି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଭୋର ୫.୩୦ ସମୟରେ ଏଲିବେଟେଡ୍‌ରୋଡ୍‌ରୁ ଫିଲ୍ଡଗଞ୍ଜ ଯିବା ରାସ୍ତା କଡ଼ରେ ଥିବା ସୁଲଭ ଶୈଚାଳୟ ନିକଟରେ ବୁଦ୍ଧାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ନେଇ ପାଖ ଦୋକାନୀ ସରବଜୀତ ସିଂହ ପୋଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ପୋଲିସ ପହଞ୍ଚି ଘଟଣାର ଛାନଭିନ୍‌ ଆରମ୍ଭ କରିଥିଲା।

ତେବେ ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟଜଣେ ଭିକାରୁଣୀ କହିଥିଲେ ଯେ, ବୃଦ୍ଧାଜଣଙ୍କ ରେଳ ଷ୍ଟେସନ୍‌​ରେ ଭିକ ମାଗନ୍ତି। ହତ୍ୟାକାରୀ ମଧ୍ୟ ବୃଦ୍ଧାଙ୍କ ପାଖ​‌ରେ ବସି ଭିକ ମାଗେ। ତେବେ ମଙ୍ଗଳବାର ବୃଦ୍ଧାଙ୍କ ଥଳିଆରେ ୧୫୦ ଟଙ୍କା ଥିବାର ଦେଖି ଛଡ଼ାଇବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ। କିନ୍ତୁ ବୃଦ୍ଧାଜଣଙ୍କ ଏହାକୁ ବିରୋଧ କରିବାରୁ ପାଖରେ ପଡ଼ିଥିବା ପଥର ଉଠାଇ ତାଙ୍କ ମୁଣ୍ଡକୁ ଛେଚି ଛେଚି ହତ୍ୟା କରିବା ପରେ ଟଙ୍କା ଥଳିଆ ନେଇ ଛୁ ମାରିଥିଲା ଅଭିଯୁକ୍ତ। ତେବେ ଭିକାରୁଣୀ ଓ ସରବଜିତଙ୍କ ଅଭିଯୋଗ କ୍ରମେ ହତ୍ୟା ମାମଲା ରଜୁ କରି ଅପରାଧିକୁ ପୋଲିସ ଖୋଜୁଥିବା କହିଛନ୍ତି ଏସଏଚଓ  ସତପାଲ ସିଂହ

   Related Posts