ଅନାହାରରେ ଅସହାୟ ବୃଦ୍ଧା

Published By : Prameya-News7 Bureau | June 26, 2018 IST

ବାଲେଶ୍ବର ଜିଲ୍ଲା ନୀଳଗିରି ଅଚଂଳରେ ୩ ଦିନ ଧରି ଜଣେ ବୃଦ୍ଧା ଅନାହାରରେ ପଡି ମୃତ୍ୟୁ ସହିତ ସଂଗ୍ରାମ କରୁଥିବାବେଳେ ପ୍ରଶାସନ ପାଖରେ ଖୋଜ ଖବର ନଥିବା ନେଇ ଅଚଂଳରେ ଅସନ୍ତୋଷ ପ୍ରକାଶ ପାଇଛି । ୭୦ ବର୍ଷୀୟ ବିଧବା ବୃଦ୍ଧା ଜଣକର କେହି ନଥିବା ବେଳେ ନିଜ ପୁତୁରା ପାଖରେ ରହୁଥିଲେ । ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଅଧତ୍ନସ୍ଥ ଅଯୋଧ୍ୟ ଅଂଚଳରେ ଜଣେ ୭୦ ବର୍ଷିୟ ବିଧବା ମହିଳା ଅନାହାରରେ ପଡିଥିବା ଦେଖାଯାଇଛି । ଏହି ଗ୍ରାମର ଗୌରୀ ପଲେଇ ନାମକ ମହିଳା ମୟୁରଭ ଭିମିଦା ଗ୍ରାମର କନ୍ଦର୍ପ କୁ ବିବାହ କରିଥିବା ବେଳେ ସ୍ବାମୀର ମୃତ୍ୟୁ ପରେ ପିଲାଛୁଆ ନିଜର ନଥିବାରୁ ବାପ ଘରକୁ ଆସି ପୁତୁରା ପାଖରେ ଆଶ୍ରୟ ନେଇଥିଲେ । ମାସକୁ ୩୦୦ ଟଙ୍କା ଭତ୍ତା ଇନ୍ଦିରାବାସ ପାଇଥିଲେ ମଧ୍ୟ ସେଥିରେ ଚଳି ନପାରି ପର ଘର କାମ କରୁଥିଲେ । ହେଲେ କିଛି ଦିନ ହେବ କୌଣସି କାରଣରୁ ସେ ଘରୁ ବାହାରି ଏକ ପଡିଆ ନିକଟରେ ନଖାଇ ନପିଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଦେଖାଯାଇଛି । ଏଭଳି ଘଟଣା ପ୍ରଶାସନ ପାଖରେ ଖବର ନଥିଲା । କୌଣସି ସମାଜ ସେବୀ ସହାୟତାର ହାତ ମଧ୍ୟ ବଢାଇ ନଥିଲେ । ଏ ନେଇ ଗ୍ରାମବାସୀ ମାନେ ଖାଲି ଦେଖିବା ଛଡା କୌଣସି ପ୍ରତିକାର ମଧ୍ୟ କରିନଥିଲେ । ଗଣମାଧ୍ୟମ ପାଖରେ ଖବର ପହଂଚିବା ପରେ ସ୍ଥାନୀୟ ସରପଂଚ ତାଙ୍କୁ ଆଣି ତାଙ୍କ ଘରେ ପହଂଚାଇଥିଲେ ସତ କିନ୍ତୁ ସେଠାର ମଧ୍ୟ ସେ ନଖାଇ ପଡି ରହିଥିଲେ । ସରପଂଚ ଜଣକ ଏଭଳି ଘଟଣାକୁ ନେଇ ପ୍ରଶାସନ ପାଖରେ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ତେବେ ନିଜର ପରିବାର ଲୋକ କଣ ପାଇଁ ଘରୁ ଗୋଡ କାଢି ବାହାରକୁ ସେ ଗଲେ କିଛି ଜାଣି ନଥିବା କହିଛନ୍ତି । ତବେ ସେହି ଗ୍ରାମର ଜଣେ ସହୃଦୟ ଆଦିବାସୀ ମହିଳା ତାଙ୍କୁ ସହାୟତାର ହାତ ବଢାଇଛନ୍ତି । ବୃଦ୍ଧା ଜଣଙ୍କୁ ନୀଳଗିରି ହସ୍ପିଟାଲରେ ଆଣି ସେବା ଯୋଗାଇବା ସହ ଆସନ୍ତାକାଲି ସେ ଜିଲ୍ଲାପାଳଙ୍କୁ ଭେଟି ମହିଳା ଜଣଙ୍କୁ ଥଇଥାନ କରିବାକୁ ନିବେଦନ କରିବେ ବୋଲି କହିଛନ୍ତି । ଏଭଳି ସମ୍ବେଦନ ଶୀଳ ଘଟଣା ନେଇ ପ୍ରଶାସନ ପାଖରେ ଖୋଜ ଖବର ନ ରହିବା ଅତ୍ୟନ୍ତ ଦୁର୍ଭ।ଗ୍ୟ ଜନକ କୁହାଯାଉଥିବା ବେଳେ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.