Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବେଦନା ଦାୟକ ! ଅଧ ରାତିରେ ଘରେ ପଶି ୯୦ ବର୍ଷୀୟ ବୃଦ୍ଧା ମହିଳାଙ୍କ ସହ ଗଣଦୁଷ୍କର୍ମ

31/10/2020 at 2:06 PM

ଅଗରତାଲା ୩୧/୧୦ : ଉତ୍ତର ତ୍ରିପୁରା କଞ୍ଚନପୁରରେ ଏକ ନିନ୍ଦନୀୟ ଘଟଣା ଘଟିଛି। ଜଣେ ୯୦ ବର୍ଷୀୟ ମହିଳାଙ୍କୁ ଦୁଇ ପୁରୁଷ ଗଣଦୁଷ୍କର୍ମ କରିଥିବା ମାମଲା ସାମ୍ନାକୁ ଆସିଛି। ଘଟଣା ଅକ୍ଟୋବର ୨୪ ତାରିଖରେ ଘଟିଥିଲା। ମହିଳା ନିଜର ଜଣେ ସମ୍ପର୍କୀୟଙ୍କ ସହ ଥାନାକୁ ଯାଇ ଦୁଇଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ମହିଳା ୩୫ ବର୍ଷ ବୟସ୍କ ଅଞ୍ଜନ ନାମା ଓ ଆଉ ଜଣେ ଅଜଣା ଦୁର୍ବୁତ୍ତ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି। କଞ୍ଚନପୁରର ସବଡ଼ିଭିଜନାଲ୍ ପୋଲିସ ଅଧିକାରୀ ବିକ୍ରମଜିତ ଶୁକ୍ଲାଦାସ କହିଛନ୍ତି ଯେ, ମାମଲାର ତଦନ୍ତ ଆରମ୍ଭ ହୋଇଛି।

ପୀଡିତ ବୃଦ୍ଧା ମହିଳା ଅଭିଯୋଗ କରିଛନ୍ତି ଯେ, ଅଞ୍ଜନ ଓ ଆଉ ଜଣେ ଅଜଣା ଦୁର୍ବୁତ୍ତ ଅଧ ରାତିରେ ତାଙ୍କ ଘରେ ପଶି ଯାଇଥିଲେ। ଏହାପରେ ଦୁଇଜଣ ତାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ଦରମରା ଅବସ୍ଥାରେ ଛାଡି ଫେରାର ହୋଇଗଲେ। ଆର ଦିନ ମହିଳାଙ୍କ ଚେତା ଫେରିବା ପରେ ସେ ଯାଇ ନିଜ ପଡୋଶୀଙ୍କୁ ଘଟଣା ସମ୍ବନ୍ଧରେ ଜଣାଇଥିଲେ। ମହିଳା ନିଜର ଜଣେ ସମ୍ପର୍କୀୟଙ୍କ ସହ ଯାଇ ଥାନାରେ ଦୁଇଜଣଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ କରିଛନ୍ତି।

ପୋଲିସ କହିଛି ଯେ ପୀଡିତା ମହିଳାଙ୍କ ମେଡିକାଲ ଯାଞ୍ଚ କରାଯାଇଛି। ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସୁଦ୍ଧା କୌଣସି ଅଭିଯୁକ୍ତକୁ ପୋଲିସ ଗିରଫ କରିନାହିଁ।

   Related Posts