ଦୁର୍ଘଟଣାରୁ ରାସ୍ତାରୋକ

Published By : Prameya-News7 Bureau | May 29, 2018 IST

ଦୁର୍ଘଟଣାରୁ ରାସ୍ତାରୋକ । ବଲାଙ୍ଗିର ଜଗୁଆ ପଞ୍ଚାୟତ ତୁର୍ଲା ଗାଁରେ ଅଜଣା ଗାଡି ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଶୌଚ ହେବାକୁ ଯାଇଥିବା ବେଳେ ଅଜଣା ଗାଡି ଧକ୍କାରେ ଗାଁର ମିଥିଲା ପୋଢଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ତୁର୍ଲା ଗ୍ରାମବାସୀ । ବିଳମ୍ବିତ ରାତିରୁ ଟିଟିଲାଗଡ-ରାୟପୁର ଓ କଣ୍ଟାବାଞ୍ଝି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଶହ ଶହ ଗାଡି ଅଟକି ରହିଛି । ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.