Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସୁନ୍ଦରଗଡ଼ରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ; ସ୍ଥାନୀୟ ଅଂଚଳରେ ଆତଙ୍କ

23/01/2019 at 10:54 AM

ସୁନ୍ଦରଗଡ଼ ୨୩/୧ : ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ହାତୀ ଆତଙ୍କ। ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କଇଁସରା ଗ୍ରାମର ଯଦୁମଣି ଭଇଁସାଲ ଓ ତାଙ୍କ ପତ୍ନୀ କିଆବତି ଘରେ ଶୋଇଥିବା ବଳେ ୨ଟି ହାତୀ ଘର ଭାଙ୍ଗିଥିଲେ। କାନ୍ଥତଳେ ଚାପି ହୋଇ ମହିଳା ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସକାଳୁ ସଦର ରେଞ୍ଜର ରଣେନ୍ଦ୍ର ସ୍ବାଇଁ ଏବଂ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି। ଗତ କିଛି ମାସ ହେଲା ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ, ସବଡେଗା, ବାଲିଶଙ୍କରା ଅଞ୍ଚଳ ହାତୀ ପଲ ବ୍ୟାପକ କ୍ଷୟକ୍ଷତି ଘଟାଇଲେଣି। କିଛି ଦିନ ଧରି ହାତୀ ଉପଦ୍ରବ କମିଥିବା ବେଳେ ଗତକାଲିର ଘଟଣା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି।..

   Related Posts