ରଶିରେ ନଦୀ ପାରିବେଳେ ହାରିଲେ ବାଲାନ୍ସ , ନଦୀରେ ପଡି ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | August 25, 2020 IST

କୁଲ୍ଲୁ ୨୫/୦୮ : ହିମାଚଳ ପ୍ରଦେଶ କୁଲ୍ଲୁରେ ଜଣେ ବୟସ୍କା ନଦୀରେ ପଡିଯିବାରୁ ଭାସି ଯାଇଥିଲେ | ମଙ୍ଗଳବାର ଦିନ ବଂଜାର ଉପମଣ୍ଡଳ କଣ୍ଡିଧାର ନିକଟରେ ନଦୀରେ ହୋଇଥିବା ଝୁଲା ପୋଲକୁ ପାର କଲାବେଳେ ମହିଳା ନଦୀରେ ପଡିଯାଇଥିଲେ | ନଦୀର ଜଳସ୍ଥର ଅଧିକ ଥିଲା | ଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି | ନଦୀରେ ପଡି ମହିଳା ଭାସି ଯାଇଥିଲେ | ତାଙ୍କୁ ରକ୍ଷା କରିବାକୁ ଆଖପାଖରେ ଥିବା ଲୋକେ ବହୁତ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ | ପାଖାପାଖି ୨ କିମି ଦୂରରୁ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା | କିନ୍ତୁ ସେତେବେଳେ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା | 

ସୂଚନା ପାଇ ବଂଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା | ମୃତ ମହିଳା ଜଣକ ହେଲେ ୭୨ ବର୍ଷ ବୟସ୍କା ପ୍ରମିଳା ଦେବୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.