ଲିଫ୍ଟ ମାଗିଥିଲେ ୬୦ ବର୍ଷ ବୟସ୍କା ମହିଳା : ଚା' ବଗିଚାକୁ ନେଇ ଦୁଷ୍କର୍ମ କରିବା ସହ ହାତ ଭାଙ୍ଗିଦେଲା ନୃଶଂସ ଯୁବକ

Published By : Prameya-News7 Bureau | February 14, 2019 IST

ବିଶ୍ୱନାଥ ୧୪/୨ : ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ମାଗିବା ପଡିଲା ମହଙ୍ଗା | ଆସାମର ବିଶ୍ୱନାଥ ଜିଲ୍ଲାରେ ଜଣେ ବୃଦ୍ଧା ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ମାଗିଥିଲେ | ମହିଳାଙ୍କ ବୟସ ୬୦ ବର୍ଷ | ଯୁବକ ଜଣକ ମହିଳାଙ୍କୁ ଲିଫ୍ଟ ଦେଇଥିଲେ ସତ କିନ୍ତୁ ମନରେ ତାଙ୍କର ପାପ ଥିଲା | ଯୁବକ ମହିଳାଙ୍କୁ ଏକ ଚା' ବଗିଚାକୁ ନେଇ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ |


ମହିଳାଙ୍କ କହିବା ଅନୁଯାୟୀ, ସେ ମହୁଲିଗଡ଼ ଚା' ବଗିଚାରୁ ନିଜର ଚିକିତ୍ସା ପାଇଁ ବିଶ୍ୱନାଥ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ | ମହିଳା ଚାଲି ଚାଲି ଯାଉଥିଲେ | କିନ୍ତୁ ବୟସ ହୋଇଯାଇଥିବା ହେତୁ ସେ ଭଲ ଭାବେ ଚାଲି ପାରୁନଥିଲେ | ଠିକ ସେତେବେଳେ ସେହି ରାସ୍ତା ଦେଇ ଜଣେ ଯୁବକ ଗାଡିରେ ଯାଉଥିଲେ | ମହିଳା ତାଙ୍କୁ ଲିଫ୍ଟ ମାଗିଥିଲେ | ଯୁବକ ମହିଳାଙ୍କୁ ଲିଫ୍ଟ ଦେଇଥିଲେ | କିନ୍ତୁ ତାଙ୍କୁ ହସ୍ପିଟାଲରେ ଛାଡିବା ବଦଳରେ ଚା' ବଗିଚାକୁ ନେଇ ଯାଇଥିଲେ | ବଗିଚାକୁ ନେଇଯାଇ ଯୁବକ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା | ଏଥିରେ ମଧ୍ୟ ଅଭିଯୁକ୍ତର ମନ ଶାନ୍ତି ହେଲାନାହିଁ ଯେ, ମହିଳା ଧରିଥିବା ୧୦ ହଜାର ଟଙ୍କା ମଧ୍ୟ ଲୁଟି ନେଇଥିଲା | ତଥାପି ଅଭିଯୁକ୍ତର ମନ ଶାନ୍ତି ହେଲାନାହିଁ ଯେ, ନୃଶଂସ ଭଳି ମହିଳାଙ୍କ ଦୁଇ ହାତ ଭାଙ୍ଗି ଦେଇଥିଲା | ବଗିଚା ଭିତରେ ମହିଳା କଷ୍ଟରେ ଚିତ୍କାର କରିଥିଲେ | ଅଭିଯୁକ୍ତ ମହିଳାଙ୍କ ଟଙ୍କା ଲୁଟି ସେଠାରୁ ଫେରାର ହୋଇଯାଇଥିଲା |


ବଡ କଷ୍ଟରେ ମହିଳା ଜଣକ ଚା' ବଗିଚାରୁ ବାହାରି ସ୍ଥାନୀୟ ଥାନାରେ ପହଂଚିଥିଲେ | ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜ୍ଜୁ କରିଥିଲା | ଏସପି ରାକେଶ ରୋଶନ କହିଛନ୍ତି ଯେ, ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ମେଡିକାଲ ରିପୋର୍ଟରେ ସ୍ପଷ୍ଟ ହୋଇଛି | ମହିଳା ଅସୁସ୍ଥ ଥିବା ଜାଣି ମଧ୍ୟ ନୃଶଂସ ତାଙ୍କ ସହ ଦୁଷ୍କର୍ମ କରିଥିଲା | ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି ଏସପି | ଅଭିଯୁକ୍ତକୁ ଧରିବା ପାଇଁ ଅଲଗା ଅଲଗା ଟିମ ଗଠନ କରାଯାଇଛି | ଶୀଘ୍ର ଅଭିଯୁକ୍ତ ଧରା ପଡିବ ବୋଲି କହିଛନ୍ତି ଏସପି | ଏହାସହ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ରାକେଶ ରୋଶନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.