କୁତ୍ସିତ ମାନସିକତା: ସାଙ୍ଗର ବିଧବା ମା’କୁ ଦୁଷ୍କର୍ମ, ଅଶ୍ଳୀଳ ଭିଡିଓ ଦେଖି ଜାଗ୍ରତ ହୋଇଥିଲା ପଶୁ ପ୍ରବୃତି
24/11/2020 at 12:33 PM

ଅଲୱର ୨୪/୧୧ : ଦେଶରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଭଳି ଅପରାଧ ଥମିବାର ନାଁ ନେଉନାହିଁ। ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଦିନ ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ରାଜସ୍ଥାନ ଅଲୱରରୁ ପୁଣି ଏକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବକ ଅତ୍ୟନ୍ତ ନିନ୍ଦନୀୟ କାମ କରିଛି। ୨୧ ବର୍ଷର ଯୁବକ ନିଜ ସାଙ୍ଗର ବିଧବା ମା’କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ମାମଲା ସାମ୍ନାକୁ ଆସିବା ପରେ ପୋଲିସ ଯୁବକକୁ ଅନେକ ସ୍ଥାନରେ ଖୋଜାଖୋଜି କରି ଗିରଫ କରିଛି। ଅଭିଯୁକ୍ତ ପର୍ଣ୍ଣ ଭିଡିଓ ଦେଖିବାରେ ଅଭ୍ୟସ୍ତ ବୋଲି କୁହାଯାଉଛି। ପର୍ଣ୍ଣ ଭିଡିଓ ଦେଖି ଦେଖି ତାର ମାନସିକତା ଦୁର୍ବଳ ହୋଇଥିବାରୁ ସେ ଏହିଭଳି ନିନ୍ଦନୀୟ କାମ କରିଛି ବୋଲି କୁହାଯାଉଛି।
ସାହାଜାହାନପୁର ଥାନା ଅଧିକାରୀ ସୁନୀଲ ଜାଙ୍ଗିଡ କହିଛନ୍ତି ଯେ ଘଟଣା ରବିବାର ରାତିରେ ଘଟିଛି। ସେହି ଅଞ୍ଚଳର ଏକା ଗାଁରେ ବିକାଶ ଜାଟ ନାମକ ଯୁବକ ନିଜ ସାଙ୍ଗର ୬୦ ବର୍ଷ ବୟସ୍କ ବିଧବା ମା ସହ ଦୁଷ୍କର୍ମ କରିଛି। ଦୁଷ୍କର୍ମ ପରେ ସେ ମହିଳାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲା। ମହିଳା ଗୁରୁତର ଆହତ ହୋଇଥିଲା। ମହିଳାଙ୍କ ମୁହଁ, ହାତ ଓ ଗୋଡରେ ବଗହୀର କ୍ଷତ ହୋଇଥିଲା। ପରେ ସେ ମହିଳାଙ୍କୁ କୋଠରୀରେ ବନ୍ଦ କରି ଫେରାର ହୋଇଯାଇଥିଲା। ମହିଳା ପାଟିକରିବାରୁ ତାଙ୍କ ପାଟି ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ସାହାଜାହାନପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ପରେ ପୀଡିତା ମହିଳା ଥାନାରେ ଯୁବକ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ। ପୀଡିତାଙ୍କ ମେଡିକାଲ ଯାଞ୍ଚ କରାଯାଇଛି। ପୋଲିସ ଅଭିଯୁକ୍ତ ବିକାଶକୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବିକାଶ ପର୍ଣ୍ଣ ଭିଡିଓ ଦେଖିବାରେ ଅଭ୍ୟସ୍ତ ଥିଲା। ଦୁର୍ବଳ ମାନସିକତାର ବଶବର୍ତ୍ତୀ ହୋଇ ଏହିଭଳି ଏକା ଜଘନ୍ୟ କାଣ୍ଡ ଘଟାଇଛି।
ସୂଚନା ଅନୁଯାୟୀ, ନିକଟରେ ଅଲୱରରେ ୩ ବର୍ଷର ଶିଶୁ ସହ ଦୁଷ୍କର୍ମ ଉଦ୍ୟମ ମାମଲା ସାମ୍ନାକୁ ଆସିଥିଲା। ଘଟଣା ଅଲବର ଭିବାଡି ଅଞ୍ଚଳରେ ଘଟିଥିଲା। ଠିକ ସମୟରେ ଶିଶୁର ମା ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଯାହାଫଳରେ ଶିଶୁ ଜୀବନ ବଂଚି ଯାଇଥିଲା। କିନ୍ତୁ ମହିଳାଙ୍କୁ ଦେଖି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।