କଟକ ଏସସିବିର ତିନି ମହଲା ଉପରୁ ପଡି ରୋଗୀଙ୍କ ମୃତ୍ୟୁ
12/10/2019 at 2:27 PM

କଟକ୧୨|୧୦: କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ୩ ମହଲା ଛାତରୁ ପଡି ଜଣେ ବୟସ୍କ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହି ରୋଗୀ ୧୦ ଦିନ ତଳେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ । ମୃ୍ତ୍ୟୁ ବରଣ କରିଥିବା ରୋଗୀଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି ।
ରୋଗୀଙ୍କ ସାଂଗରେ କୌଣସି ସମ୍ପର୍କୀୟ ନଥିବାବେଳେ ତାଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ । ମୃତ ରୋଗୀଙ୍କ ବୟସ ୭୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ୱାର୍ଡରେ ଥିବା ଏହି ରୋଗୀ ବାହାରକୁ କେମିତି ଆସିଲେ ଓ କେଉଁ ପରିସ୍ଥିତିରେ ସେ ତିନି ମହାଲା ଉପରୁ କେମିତି ପଡିଗଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।
ୱାର୍ଡ ଦାୟିତ୍ବରେ ଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅବହେଳା ଦାୟୀ ବୋଲି କୁହାଯାଉଛି । ତେବେ ଏସସିବି କର୍ତ୍ତୃପକ୍ଷଙ୍କ ତରଫରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।