ଚାଉଳ ପାଇଁ ୭୦ବର୍ଷର ବୃଦ୍ଧାଙ୍କୁ ହତ୍ୟାକରି ଯୁବକ ଫେରାର

Published By : Prameya-News7 Bureau | March 19, 2019 IST

ସାନଖେମୁଣ୍ଡି ୧୯/୩ : ଆଜି ସକାଳ ସାତପେଣ୍ଠ ଗୋପାଳପୁର ପଂଚାୟତରେ ଚାଉଳ ବଣ୍ଟନ ସମୟରେ ପ୍ରତାପଗିରି ଗାଁ ର କେଶବ ପାଣିଗ୍ରାହୀ(70) ଙ୍କୁ ହତ୍ୟା । ପଂଚାୟତ ରେ ଚାଉଳ ବଣ୍ଟନ ସମୟେ ସାମାନ୍ୟ ବଚସା ହେବାରୁ ପ୍ରତାପଗିରି ଗାଁ ର ହରିହର ସ୍ୱାଇଁ (25)ନାମକ ଯୁବକ କେଶବ ପାଣିଗ୍ରାହୀ ଙ୍କୁ ଧକ୍କା ମାରିଥିଲେ ସେ ପଂଚାୟତ ବାହାରେ ତଳେ ପଡିଯାଇଥିବାରୁ  ସେଠି ମୁଣ୍ଡରେ ଆଘାତ ଲାଗିଥିଲା । ପାଟପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବାସହ ନିକଟସ୍ତ ସେରଗଡ ମେଡିକାଲ କୁ ସ୍ଥାନାନ୍ତରିତ କରିଥିଲେ ।

{"id":95066}

ଡାକ୍ତର ବୃଦ୍ଧ କେଶବ ପାଣିଗ୍ରାହୀ ଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡିକାଲ ପଠାଯାଇଛି ।  ହରିହର ସ୍ୱାଇଁ ନାମକ ଯୁବକ ଘଟଣା ଘଟାଇ ଘଟଣା ସ୍ଥଳରୁ ଫେରାର ଅଛି । ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.