କୁଲର ଅନ କରିବାରୁ କୁଲରରେ ଲାଗି ଗଲେ ବୟସ୍କ ବ୍ୟକ୍ତି : ହସ୍ପିଟାଲ ନେଇଯିବା ରାସ୍ତାରେ ବୁଜିଲେ ଆଖି

Published By : Prameya-News7 Bureau | June 09, 2019 IST

ଦୁର୍ଗ ୯/୬: ଭୀଷଣ ଗରମରୁ ରକ୍ଷା ପାଇବା ପାଇଁ ଲଗାଯାଉଥିବା କୁଲର ଲୋକଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହେଉଛି। ପ୍ରାୟ ସବୁ ଜାଗାରେ ବାରମ୍ବାର କୁଲରରୁ କରେଣ୍ଟ ଲାଗି ମୃତ୍ୟୁ ହେବା ଘଟଣା ସାମନାକୁ ଆସୁଛି। ସେହିପରି ଡୈାଣ୍ଡି ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ କୁଲର ଅନ କରିବା ସମୟରେ ସେଥିରେ ଲାଗି ଯାଇ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ଏପରି ପରିସ୍ଥିତିରେ ବିଶେଷଜ୍ଞମାନେ ଏବେ କୁଲର ବ୍ୟବହାର କରିବା ପାଇଁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି।

ସୂଚନା ଅନୁସାରେ ଡୈାଣ୍ଡି ଥାନା ଅଞ୍ଚଳର ଲିମ୍ହାଟୋଲା ବାସିନ୍ଦା ଗୋବିନ୍ଦ କନ୍ନୈାଜେ(୬୫) ଶନିବାର ରାତିରେ ଶୋଇବାକୁ ଯାଉଥିଲେ। ଗରମ ହେବାରୁ ସେ ଯେତେବେଳେ କୁଲର ଅନ କରିଥିଲେ ତାଙ୍କୁ କରେଣ୍ଟ ଲାଗିଥିଲା। କୁଲରରେ କରେଣ୍ଟ ଆସିବାରୁ ବୟସ୍କ ବ୍ୟକ୍ତି ଜଣକ କୁଲରରେ ଲାଗି ଯାଇଥିଲେ। ପାଟି ଶୁଣି ତାଙ୍କ ପୁଅ ଆସି ସ୍ବିଚ୍ ଅଫ କରି ଯେକୈାଣସି ମତେ ତାଙ୍କୁ କୁଲରରୁ ଛଡ଼ାଇଥିଲେ ଏବଂ ସ୍ବାସ୍ଥ୍ୟକେନ୍ଦ ନେଇ ଯାଇଥିଲେ। କିନ୍ତୁ ଡାକ୍ତର ସେଠାରେ ଯାଞ୍ଚ ପରେ ତାଙ୍କୁ ମୃତ ଘୋଷିତ କରିଥିଲେ।

 କୁଲର ବ୍ୟବହାର କରିବାବେଳେ ନିମ୍ନଲିଖିତ ସାବଧାନତା ଅବଲମ୍ବନ କରନ୍ତୁ

wp:list
  • କୁଲରରେ ପାଣି ଭର୍ତ୍ତି କରିବାବେଳେ ମେନ ସକେଟରୁ ଏହାର ପ୍ଲଗ୍ ବାହାର କରି ଦିଅନ୍ତୁ।
  • କୁଲରରୁ ଯଦି ପାଣି ବାହାରି ଏହାର ବଡି ଆଡ଼କୁ ଆସୁଛି ତେବେ ସ୍ବିଚ୍ ଅନ୍ କରିବା ପୂର୍ବରୁ ସାବଧାନ ରୁହନ୍ତୁ। କୁଲରକୁ ହାତ ଲଗାନ୍ତୁ ନାହିଁ।
  • ଗୋଟିଏ-ଦୁଇ ଦିନ ବ୍ୟବଧାନରେ କୁଲର ଭିତରେ ତାରର ଯାଞ୍ଚ କରନ୍ତୁ।
  • ପାଣି ପଡ଼ିବା କାରଣରୁ ତାରର ଜଏଣ୍ଟ ଢ଼ିଲା ହୋଇପାରେ,ଏଥିରେ ସର୍ଟ ସର୍କିଟର ଆଶଙ୍କା ଥାଏ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.