Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

୭୮ ବର୍ଷର ବରକୁ ୭୯ ବର୍ଷିୟା କନିଆ : ଅନଲାଇନ୍‌ରେ ଆରମ୍ଭ ହୋଇଥିଲା ପ୍ରେମର କାହାଣୀ…

10/10/2021 at 1:11 PM

ନୂଆଦିଲ୍ଲୀ ୧୦/୧୦ : ପ୍ରେମ ମାନେନା ବୟସ, ରଙ୍ଗ , ଜାତି, ଧର୍ମ । ତାହା କେତେବେଳେ  କେଉଁଠି  କାହା ସହ ହୁଏ ଜାଣି ହୁଏ ନାହିଁ । ଆଜି କାଲି ତ ଅଳ୍ପ ବୟସରେ ପିଲାମାନେ ଭଲ ପାଇଁ ବାହା ହେତେଲେଣି ତ ଆଉ କେଉଁଠି ବୟସର ବାର୍ଦ୍ଧକ୍ୟରେ ଆସି ମଧ୍ୟ ଲୋକ ପ୍ରେମରେ ପଡ଼ି ବାହା ହେଉଛନ୍ତି । ସେହିପରି ୭୮ ବର୍ଷୀୟ ଜିମ ଏଡମ୍ସ ଓ ୭୯ ବର୍ଷୀୟା ଆଡ୍ରେ କାଉଣ୍ଟସଙ୍କ ପ୍ରେମ କାହାଣୀ ରହିଛି। ପ୍ରଥମେ ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱ ଆରମ୍ଭ ହୋଇଥିଲା ଓ ପରେ ଦୁହେଁ ପରସ୍ପରକୁ ଜୀବନସାଥୀ ଭାବେ ଚାହିଁଥିଲେ । ପ୍ରାୟ ୮ ମାସର ରୋମାନ୍ସ ପରେ ଦୁହେଁ ୨୫ ସେପ୍ଟେମ୍ବରକୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏବେ ସେମାନଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ କାନାଡାର ଏହି ଦମ୍ପତ୍ତିଙ୍କୁ ଲୋକମାନେ ଶୁଭକାମନା ଜଣାଉଛନ୍ତି ।

ସୂଚନ ଅନୁଯାୟୀ, ଜିମ ଏଡମ୍ସ ଜଣେ ଅବସରପ୍ରାପ୍ତ ପ୍ରଫେସର ସହିତ ଚିତ୍ରକାର । ସେ ୨୦୧୭ ମସିହାରେ ନିଜ ପତ୍ନୀଙ୍କୁ ସବୁଦିନ ପାଇଁ ହରାଇଥିଲେ । ଦୁହିଁଙ୍କ ବାହାଘର ୩୮ ବର୍ଷ ପୂର୍ବେ ହୋଇଥିଲା । ଫଳରେ ମହାମାରୀ ସମୟରେ ସେ ଡେଟିଂ ଆପରେ ଯୋଗଦେଇଥିଲେ । ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଏକ ଡେଟିଂ ଆପ୍ ରହିଛି, ଯେଉଁଠାରେ ୭୯ ବର୍ଷୀୟା ଆଡ୍ରେଙ୍କ ସହ ତାଙ୍କର ଭେଟ ହୋଇଥିଲା । ଆଡ୍ରେ ଜଣେ ଅବସରପ୍ରାପ୍ତ ପଲିସି ତଥା ବୀମା କମ୍ପାନୀର ବ୍ରୋକର ଥିବା ବେଳେ ତାଙ୍କର ୩୩ ବର୍ଷ ପୂର୍ବେ ଛାଡପତ୍ର ହୋଇଥିଲା । ଆପ୍ ଜରିଆରେ ଆଡ୍ରେ ଓ ଏଡମ୍ସଙ୍କ ମଧ୍ୟରେ ବନ୍ଧୁତ୍ୱ ହେବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଏନେଇ ଜିମ୍‌ କହିଛନ୍ତି କି  ଆପ୍‌ ସାଇଟ୍‌ରେ ପ୍ରଥମ ଚେଷ୍ଟାରେ ଆଡ୍ରେଙ୍କ ସହ ସାକ୍ଷାତ ହୋଇଥିଲା । ଏହା ପରେ ତାଙ୍କୁ ସେହି ଆପ୍‌ର ଆବଶ୍ୟକ ହୋଇ ନଥିଲା ।  ଦୁହେଁ ବର୍ତ୍ତମାନ ଖବ୍‌ ଖୁସି ଥିବାର ଦେଖିବାକୁ ମିଳିଛି । ଏବେ ତାଙ୍କର ସୋସିଆଲ ମିଡିଆରେ ଫଟୋ ଭାଇରାଲ୍‌ ହେବାରେ ଲାଗିଛି ।

   Related Posts