ବୈତରଣୀ ନଦୀରେ ବୁଡି ବୃଦ୍ଧା ମୃତ
14/09/2018 at 3:52 PM

ଆନନ୍ଦପୁର ୧୪/୯ : ଆନନ୍ଦପୁର ଥାନ ଅନ୍ତର୍ଗତ ବୈତରଣୀ ନଦୀର ପଦ୍ମପୁର ଘାଟଠାରେ ଘଟିଛି ଅଘଟଣ । ଗାଧୋଇବା ବଳେ ଜଣେ ବୃଦ୍ଧାଙ୍କ ଗୋଡ ଖସିଯିବାରୁ ନଦୀରେ ଭାସିଯାଇ ମୃତ୍ୟୁ ଘଟିଛି । ମୃତକ ପଦ୍ମପୁର ଗାଁର ୭୦ବର୍ଷିୟା ବୃଦ୍ଧା ଡାଳି ସାହୁ । ସେ ଆଜି ପଡିଶା ଘର ଜଣେ ମହିଳାଙ୍କ ସହ ନଦୀକୁ ଗଧୋଇବାକୁ ଯାଇଥିଲେ । ହଠାତ୍ ବୃଦ୍ଧା ଜଣଙ୍କ ପାଣିରେ ବୁଡିଯାଉଥିବା ଦେଖି ସାଙ୍ଗରେ ଥିବା ମହିଳା ପାଟିକରିବାରୁ ସ୍ଥାନିୟ ଯୁବକମାନେ ତାଙ୍କୁ ନଦୀ ଗର୍ଭରୁ ଖୋଜାଖୋଜି କରି ଉଦ୍ଧାର କରିଥିଲେ । ଖବରପାଇ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ଆସି ତାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Related Posts
ବିୟର୍ ପିଅନ୍ତୁ ପତଳା ହୁଅନ୍ତୁ! ଜାଣନ୍ତୁ କେମିତି କମିବ ଓଜନ
9 April 2021