ଭିଣୋଇ ପ୍ରେମରେ ପଡି ବଡ ଭଉଣୀକୁ ହତ୍ୟା : ସାନ ଭଉଣୀକୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | September 25, 2019 IST

ଆନନ୍ଦପୁର୨୫|୯; ବଡଭଉଣୀକୁ ହତ୍ୟା ଅଭିଯୋଗରେ ସାନଭଉଣୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ । ଏଥିସହ ୧୦ ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରିଛନ୍ତି ଅଦାଲତ । ଜୋରିମାନା ଅନାଦେୟ ପୁନର୍ବାର ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ପ୍ରକାଶ ପାଇଛି । ରାୟ ପ୍ରକାଶ ପାଇବା ପରେ ଦୋଷୀ ସାବ୍ୟସ୍ତ ସନଭଉଣୀକୁ ଜେଲ ପଠାଇ ଦିଆଯାଇଛି ।

{"id":162647}

ଆନନ୍ଦପୁର ଥାନା ଅକରୁଆ ଗାଁରେ ଗତ ୨୦୧୭ ମସିହା ଅଗଷ୍ଟ ମାସ ୨୭ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ନିଜ ବଡ ଭଉଣୀ ନନ୍ଦିନି ଜେନା ଓ ଭିଣେଇ ରତ୍ନାକର ଜେନାଙ୍କ ସହ ରହୁଥିଲା ସାନ ଭଉଣୀ ଝୁନୁରାଣୀ ଦାସ । ରହଣି ମଧ୍ୟରେ ଭିଣେଇ ରତ୍ନାକର ସହ ଝୁନୁରାଣୀର ଗଢି ଉଠିଥିଲା ପ୍ରେମ ସମ୍ପର୍କ।

{"id":162649}

ଘଟଣା ଦିନ ରାତିରେ ଭିଣେଇ ପ୍ରେମରେ ପାଗଳ ଝୁନୁରାଣୀ ବଡ ଭଉଣୀ ନନ୍ଦିନିକୁ ତଣ୍ଟି ଚିପି ହତ୍ୟା କରିବା ପରେ ପେଟ କାମୁଡୁଛି କହି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।

{"id":162650}

ପୋଷ୍ଟମଟମ ରିପୋର୍ଟ ଆସିବା ପରେ ସବୁ ସତ ପଦାକୁ ଆସିଥିଲା। ପୋଲିସ ଦଫା ୩୦୨ରେ ମାମଲା ରୁଜୁ କରି ରତ୍ନାକର ଓ ଝୁନୁରାଣୀକୁ ଗିରଫ କରିଥିଲା। ତେବେ ଘଟଣା ଦିନ ରତ୍ନାକର ଘରେ ନଥିବାରୁ ଏହି ମାମଲା ରୁ ସେ ଖଲାସ ପାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.