Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ପ୍ରେମ କରିବାକୁ ବିରୋଧ କରିବାରୁ ସାନଭଉଣୀର ତଣ୍ଟି ଚିପି ହତ୍ୟାକଲା ବଡ଼ ଭଉଣୀ

28/01/2019 at 9:03 PM

ଇଟାଓ୍ଵା ୨୮/୧- ବଡ଼ ଭଉଣୀର ପ୍ରେମକୁ ସାନ ଭଉଣୀ କରୁଥିଲା ବିରୋଧ । ଏହି ବିରୋଧକୁ ନେଇ ସାନ ଭଉଣୀର ତଣ୍ଟି ଚିପି ବଡ଼ ଭଉଣୀ ଓ ତା ପ୍ରେମିକ କଲେ ହତ୍ୟା ।

ଏଭଳି ଅଭାବନୀୟ ଘଟଣା ଘଟିଛି ଓଟାଓ୍ଵାର ସିଭିଲ ଲାଇନ ଇଲାକାରେ । ଶ୍ୟାମ ସିଂ ନାମକ ଜଣେ ବ୍ୟବସାୟୀ ସିଭିଲ ଲାଇନରେ ରହୁଥିଲେ । ପୂଜା ଓ ଆରତୀ ତାଙ୍କର ଦୁଇ ଝିଅ ଥିଲେ । ଦୁଇ ଭଉଣୀଙ୍କ ଭିତରେ ସେମିତି କିଛି ତିକ୍ତତା ନ ଥିଲା ।  ବଡ଼ ଭଉଣୀ ଜଣେ ପଡ଼ୋଶୀ ଯୁବକ ସହ ପ୍ରେମ କରିବାକୁ ନେଇ ସାନ ଭଉଣୀ ପୂଜା ବିରୋଧ କରୁଥିଲା । ଏହି ବିରୋଧକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହେଉଥିଲା ।

ଘଟଣା ଦିନ ବଡ଼ ଭଉଣୀ ଆରତୀ ଯୁବକଙ୍କୁ ଦେଖା କରିବାକୁ ଯାଇ ସଂଧ୍ୟାରେ ଡ଼େରିରେ ଫେରିଥିଲା । ଏହିକଥା ପୂଜା ଜାଣି ବିରୋଧ କରିଥିଲା । ସେମାନେ ଅନେକ ରାତି ପର୍ଯ୍ୟନ୍ତ ପାଟିତୁଣ୍ଡ ଲାଗିଥିଲେ । ଏହି ସମୟରେ ଆରତୀ ନିଜର ବୟଫ୍ରେଣ୍ଡକୁ ଫୋନ କରି ଡ଼ାକିଥିଲା । ଆରତୀ ଓ ତା ବୟଫ୍ରେଣ୍ଡ ମିଶି ପୂଜାର ତଣ୍ଟିକୁ ଷ୍ଟୋଲରେ ଭିଡ଼ି ମାରିଦେଇଥିଲେ । ତା ପରେ ସେମାନେ ରାତିରେ କେନାଲ ପାଖରେ ଥିବା ବୁଦାମୂଳେ ପକାଇଦେଇଥିଲେ ।

ଏହି ଘଟଣାପରେ ଆରତୀ ବୟଫ୍ରେଣ୍ଡ ସହ ଫେରାର ହୋଇଯାଇଥିଲା ।

ସକାଳେ ସ୍ଥାନୀୟଲୋକ ପୂଜାର ଶବକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଏହି ଘଟଣାରେ ଆରତୀ ଓ ତା ବୟଫ୍ରେଣ୍ଡକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

   Related Posts