Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କରୋନା ଦୁଃଖ: ୮୦ ବର୍ଷ ବୃଦ୍ଧ କାନ୍ଦି କାନ୍ଦି ବଖାଣିଲେ ଦୁଃଖ, ଢାବାକୁ କେହି ଆସୁନାହାନ୍ତି, ସଙ୍କଟରେ ଗୁଜୁରାଣ, ଭିଡିଓ ଭାଇରାଲ ପରେ ସାହାଯ୍ୟ ପାଇଁ ଆଗେଇ ଆସିଲେ ସେଲିବ୍ରିଟି

8/10/2020 at 5:11 PM

ନୂଆଦିଲ୍ଲୀ ୦୮/୧୦ : ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ନା କିଛି  ଭିଡିଓ ଭାଇରାଲ ହେଉଥାଏ। କିଛି ଭିଡିଓ ଦେଖି ଲୋକେ ଖୁସିରେ ଝୁମି ଉଠନ୍ତି ତ ଆଉ କିଛି ଭିଡିଓ ଦେଖି ଲୋକଙ୍କ ହୃଦୟ ଦୁଃଖରେ ଭରିଯାଏ। କିଛି ହୃଦୟ ବିଦାରକ ଭିଡିଓ ଦେଖି ଲୋକେ କାନ୍ଦି ମଧ୍ୟ ପକାଇଥାନ୍ତି। ଏହିଭଳି ଏକ ଦୁଃଖଦ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଦିଲ୍ଲୀର ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧଙ୍କ ଭିଡିଓ ଖୁବ ଭାଇରାଲ ହେଉଛି ଯାହାକୁ ଦେଖି ଆଖି ଲୁହରେ ଭରିଯାଉଛି। ବୃଦ୍ଧଙ୍କ ଭିଡିଓ ଭାଇରାଲ ହେବାପରେ ସାରା ଦେଶରୁ ଲୋକେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଭାରତରେ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ବଲିଉଡ ଅଭିନେତ୍ରୀ ସୋନମ କପୁର ମଧ୍ୟ ବୃଦ୍ଧଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

ଭାଇରାଲ ଭିଡିଓରେ ଜଣେ ବୃଦ୍ଧ କାନ୍ଦୁ ଥିବାର ଦୃଶ୍ୟ ନଜର ଆସିଛି। ୮୦ ବର୍ଷ ବୟସ୍କ ବୃଦ୍ଧ ଦିଲ୍ଲୀ ମାଲାବୀୟ ନଗରରେ ନିଜ ପତ୍ନୀ ସହ ଢାବା ଚଳାନ୍ତି। ଢାବାର ନାଁ ହେଲା ‘ବାବା କା ଢାବା’। କରୋନା ମହାମାରୀ ଯୋଗୁଁ ବୃଦ୍ଧଙ୍କ ଢାବାକୁ କେହି ଖାଇବାକୁ ଆସୁ ନାହାନ୍ତି। ଯାହାଫଳରେ ସେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବୃଦ୍ଧ ଯେତିକି ଖାଦ୍ୟ ରୋଷେଇ କରିଛନ୍ତି ସେତିକି ବିକ୍ରି କରିପାରୁ ନାହାନ୍ତି। ଯେଉଁଥିପାଇଁ ସେ ଦୁଃଖରେ କାନ୍ଦି ପକାଇଛନ୍ତି। ୟୁଟ୍ୟୁବର ଗୌରବ ୱାସନ ଢାବାରେ ବୃଦ୍ଧଙ୍କ ଭିଡିଓ ରେକର୍ଡ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି। ଟ୍ୱିଟରରେ ମଧ୍ୟ #babakadhaba ଟ୍ରେଣ୍ଡ ହେଉଛି।

ଏହି ଭିଡିଓ ଭାଇରାଲ ହେବାପରେ ସାରା ଦେଶରୁ ଲୋକେ ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି। ଅନେକ ଲୋକ ବାବାଙ୍କ ଢାବାକୁ ଖାଇବାକୁ ପହଞ୍ଚିଛନ୍ତି। ଟ୍ୱିଟରରେ @VasundharaTankh ମଧ୍ୟ ଏହି ଭିଡିଓ ସେୟାର କରିଛନ୍ତି | ସେ ସେୟାର କରିଥିବା ଭିଡିଓକୁ ଏବେ ସୁଦ୍ଧା ୨୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ଟ୍ୱିଟରରେ ଭିଡିଓ ସେୟାର କରି ଲେଖିଛି ଯେ, “ସଙ୍କଟ ସମୟ ଚାଲିଛି, କିନ୍ତୁ ଦିଲ୍ଲୀର ଦିଲ ଆଜି ବି ମିସାଲ। ଦିଲ୍ଲୀବାସୀ, ଏବେ ଆମର ଲୋକାଲ ବ୍ୟବସାୟକୁ ଆପଣମାନଙ୍କ ସାହାଯ୍ୟ ଆବଶ୍ୟକ। ଆସନ୍ତୁ ଏହି ଦୁଃଖର ଲୁହକୁ ଆସନ୍ତକାଲିର ଖୁସିର ଲୁହରେ ପରିଣତ କରିଦେବା। ମାଲବୀୟ ନଗରରେ ବାବା କା ଢାବା ଯାଆନ୍ତୁ।”

ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ସ୍ପିନର ମଧ୍ୟ ଟ୍ୱିଟ କରିଛନ୍ତି। ସେ କହିଛନ୍ତି ଯେ ସେ ବି କିଛି ସାହାଯ୍ୟ କରିବାକୁ ଚାହୁଁଛନ୍ତି। ବଲିଉଡ ଅଭିନେତ୍ରୀ ସୋନମ କପୁର ମଧ୍ୟ ଟ୍ୱିଟ କରି ବାବାଙ୍କ ଠିକଣା ମାଗିଛନ୍ତି। ସେ ମଧ୍ୟ ବୃଦ୍ଧଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି।

   Related Posts