Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

୬୨ ବର୍ଷ ବୟସରେ ସନ୍ତାନ ଜନ୍ମ ଦେଲେ ମହିଳା; ପିତାଙ୍କ ବୟସ ୬୬ ବର୍ଷ

10/12/2018 at 2:51 PM

ସୁରଟ ୧୦/୧୨ : ଗୁଜରାଟରେ ଦେଖିବାକୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା | ଜଣେ ୬୨ ବର୍ଷ ବୟସ୍କା ମହିଳା ପ୍ରାପ୍ତ ବୟସରେ ସନ୍ତାନ ଜନ୍ମ କରିଛନ୍ତି | ଗୁଜରାଟର ମଧୁବେନ ଗହଲୋତ ନାମକ ଜଣେ ମହିଳା ୬୨ ବର୍ଷ ବୟସରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି | ମହିଳାଙ୍କ ସ୍ୱାମୀ ଶ୍ୟାମଭାଇ ଗହଲୋତଙ୍କ ବୟସ ୬୬ ବର୍ଷ | ୨୦୧୬ ମସିହାରେ ଏକ ସଡକ ଦୁର୍ଘଟଣାରେ ଏହି ଦମ୍ପତି ନିଜ ପୁଅ ବୋହୁଙ୍କ ସମେତ ପରିବାରର ୯ଜଣ ସଦସ୍ୟଙ୍କୁ ହରେଇଦେଇଥିଲେ | ପରିବାରର ୯ଜଣଙ୍କୁ ହରେଇ ଏହି ଦମ୍ପତ୍ତି ପୁରା ଭାଙ୍ଗିପଡିଥିଲେ | ଏହାପରେ ତାଙ୍କ ୨୪ ବର୍ଷୀୟ ଝିଅ ତାଙ୍କୁ ଟେଷ୍ଟ ଟ୍ୟୁବ ପଦ୍ଧତିରେ ଛୁଆ ଜନ୍ମ କରିବା ପାଇଁ ପ୍ରେରଣା ଦେଇଥିଲେ | ଝିଅର ଏହି ରେ ପ୍ରଥମେ ବାପା ରାଜି ହୋଇନଥିଲେ | ସମାଜ କଣ କହିବ ବୋଲି ସେଇ ଡରରେ ସେ ଝିଅର କଥାରେ ରାଜି ହୋଇନଥିଲେ | କିନ୍ତୁ ପରେ ଉଭୟ ସ୍ୱାମୀ ସ୍ତ୍ରୀ ଆଲୋଚନା କରି ଟେଷ୍ଟ ଟ୍ୟୁବ ପାଇଁ ନିଷ୍ପତ୍ତି ନେଇଥିଲେ ଓ ଏଥିପାଇଁ ସମସ୍ତ ପଦ୍ଧତି ଆରମ୍ଭ କରିଥିଲେ |


ଶ୍ୟାମଭାଇ ଏବଂ ମଧୁବେନଙ୍କ ଝିଅ ମନୀଷା ଜଣେ ଛାତ୍ରୀ | ସେ କହିଛନ୍ତି ଯେ, ଯେଉଁ ଘରେ ଗୋଟିଏ ମୁହୂର୍ତ୍ତରେ ପରିବାରର ୯ଜଣଙ୍କର ଏକାଥରକେ ମୃତ୍ୟୁ ହୋଇଥିବ ସେ ପରିବାର ନିଜକୁ ସମ୍ଭାଳିବା ଅତ୍ୟନ୍ତ କଷ୍ଟକର | ୨୦୧୬ ମସିହାରେ ହୋଇଥିବା ସଡକ ଦୁର୍ଘଟଣାରେ ବାପା ମା ତାଙ୍କ ୨୮ ବର୍ଷ ବୟସ୍କ ପୁଅ, ୨୬ ବର୍ଷ ବୟସ୍କା ବୋଉ, ନାତି, ନାତୁଣୀ, ଝିଅ, ଜ୍ୱାଇଁଙ୍କ ସମେତ ୯ଜଣଙ୍କୁ ହରେଇଦେଇଥିଲେ | ଯାହାଫଳରେ ବାପା ମା ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଥିଲେ ବୋଲି କହିଛନ୍ତି ମନୀଷା |


ମନୀଷା କହିଛନ୍ତି ଯେ, ଘଟଣାର ୬ ମାସ ପରେ ମନୀଷା ଏକ ସେମିନାରରେ ଯୋଗ ଦେଇଥିଲେ | ସେମିନାରରେ ଆଇବିଏଫ ବାବଦରେ କୁହାଯାଇଥିଲା | ଆଇବିଏଫ ବିଷୟରେ ସମସ୍ତ ତଥ୍ୟ ଜାଣିବା ପରେ ମନୀଷା ନିଜ ମାଙ୍କ ସହ କଥାବାର୍ତ୍ତା ହୋଇଥିଲେ ଏବଂ ଏହି ପଦ୍ଧତିରେ ପୁଣି ଛୁଆ ଜନ୍ମ କରିବାକୁ ପ୍ରେରଣା ଦେଇଥିଲେ | ପ୍ରଥମ ପ୍ରୟାସରେ ହିଁ ମନୀଷାଙ୍କ ମା ସଫଳ ହୋଇଥିଲେ |


ସୁରଟର ମହିଳା ରୋଗୀ ବିଶେଷଜ୍ଞ ଡାକ୍ତର ପୂଜା ନାଡ଼କର୍ଣ୍ଣି କହିଛନ୍ତି ଯେ, ଯେତେବେଳେ ମଧୁବେନ ପ୍ରଥମେ ତାଙ୍କ ପାଖକୁ ଆସିଥିଲେ ଟେଷ୍ଟ ଟ୍ୟୁବ ବାବଦରେ କହିବ ପାଇଁ ତାଙ୍କ କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | କିନ୍ତୁ ତାଙ୍କର ସମସ୍ତ ଦୁଃଖ ଜାଣିବା ପରେ ସେ ୧୦୦ ପ୍ରତିଶତ ଏହି ଉପାୟକୁ ସଫଳ କରିବାକୁ ଚେଷ୍ଟା କରିଥିଲେ | ତେବେ ଡାକ୍ତର କହିଛନ୍ତି ଯେ, ସାଧାରଣତଃ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ମହିଳାମାନେ ଏହି ପଦ୍ଧତିରେ ଛୁଆ ଜନ୍ମ ଦେବା ପାଇଁ ସଫଳ ହୋଇଥାନ୍ତି | କିନ୍ତୁ ମଧୁବେନ ୬୨ ବର୍ଷ ବୟସରେ ଛୁଆ ଜନ୍ମ କରି ସମାଜକୁ ଏକ ଉଦାହରଣ ପ୍ରଦାନ କରିଛନ୍ତି |

   Related Posts