ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ

Published By : Prameya-News7 Bureau | March 01, 2021 IST

ବୌଦ୍ଧ ୧।୩: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ମଲ୍ଲିକପଡା ଗାଁରେ ନିର୍ମମ ହତ୍ୟାକାଣ୍ଡ । ରିଜର୍ଭ ପୋଲିସ କନେଷ୍ଟବଳଙ୍କୁ ହତ୍ୟା କଲେ ଦୁଇ ବଡ଼ ଭାଇ । ହତ୍ୟା କରି ନିଜ ଘର ସାମ୍ନା ବିଲରେ ପୋଡ଼ିଦେଲେ । ଅଧାପୋଡା ଶବକୁ ଜବତ କଲା ପୋଲିସ । ମୃତକ ହେଲେ ସନ୍ତୋଷ ଜାନୀ । ହତ୍ୟାକାରୀ ଦୁଇ ବଡ଼ ଭାଇ ଫେରାର ।

ସୂଚନାଯୋଗ୍ୟ ଯେ, ବାଉଁଶୁଣୀ ଥାନା ଗୋଛାପଡା ଗ୍ରାମ ପଞ୍ଚାୟତ ମଲିକ ପଡା ଗ୍ରାମର ସନ୍ତୋଷ ଜାନୀଙ୍କ ସହ ବଡ଼ ଭାଇ ସାର୍ତିକ ଜାନୀ  ଓ ମଝିଆ ଭାଇ ପ୍ରଶାନ୍ତ ଜାନୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ଏହି କଳହ ହତ୍ୟାକାଣ୍ଡର ରୂପ ନେଇଛି।  ପରିବାର ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦର ପୋଡା ଶବ ଓ ପାଉଁଶ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବଡ଼ ଭାଇ ଓ ମଝିଆ ଭାଇ ବର୍ତ୍ତମାନଫେରାର ଥିବା ଜଣାପଡିଛି । ମୃତ ସନ୍ତୋଷ ଆଦିବାସୀ ଯୁବକ ହିସାବରେ ପୋଲିସ ବିଭାଗରେ ପ୍ରଥମେ ଏସପିଓ ଭାବେ ଭର୍ତ୍ତି ହୋଇଥିଲେ ଓ ପରେ କନେଷ୍ଟବଳ ପଦବୀକୁ ପଦୋନ୍ନତି ପାଇ ବୌଦ୍ଧ ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ । ମଝିଆ ଭାଇ ପ୍ରଶାନ୍ତ ଜାନୀ ପୂର୍ବରୁ ଅନ୍ୟ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜେଲରେ ଥିଲେ ଓ କିଛି ଦିନ ତଳେ ଖଲାସ ହୋଇ ଘରକୁ ଆସିଥିଲେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.