ରଙ୍ଗ ବଦଳରେ ରକ୍ତର ହୋଲି ଖେଳିଲା ଭାଇ , ନିଶାଗ୍ରସ୍ତ ସାନଭାଇ ଗାଳିଗୁଲଜ କରିବାରୁ ବଡ଼ଭାଇ କୁରାଢ଼ୀରେ ହାଣି କଲା ହତ୍ୟା

Published By : Prameya-News7 Bureau | March 21, 2019 IST

କାନପୁର ୨୧/୩- ବଡ଼ଭାଇ ଖେଳିଲା ସାନଭାଇ ରକ୍ତରେ ହୋଲି । ସାମାନ୍ୟ କଥାକୁ ନେଇ ଘଟିଛି ଏହି ଅଭାବନୀୟ ଘଟଣା ।

କାନପୁର ବନ୍ଧୁରଖୁର୍ଦ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ୩୫ ବର୍ଷ ବୟସ୍କ ରାଜେନ୍ଦ୍ର ନିଶାଗ୍ରସ୍ତ ଅବସ୍ଥାରେ ଥିଲା । ସେ ରଂଗ ଖେଳିବାକୁ ଜିଦ୍ ଧରିବାରୁ ବଡ଼ଭାଇ ଅରବିନ୍ଦ ମନା କରିଥିଲେ । ରାଜେନ୍ଦ୍ର ଉତକ୍ଷିପ୍ତ ହୋଇ ବଡ଼ଭାଇ ଅରବିନ୍ଦକୁ ଖରାପଭାଷାରେ ଗାଳିଗୁଲଜ କରିଥିଲେ ।

ରାଜେନ୍ଦ୍ର ରଂଗ ଖେଳିବାକୁ ଜିଦ୍ ଧରିବା ଓ ଅରବିନ୍ଦ ମନା କରିବାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ । ଏଥିରେ ଅରବିନ୍ଦ ରାଗରେ କୁରାଢ଼ୀରେ ରାଜେନ୍ଦ୍ରକୁ ହାଣି ହତ୍ୟା କରିବା ପରେ ବିଲରେ ପଡ଼ିରହିଥିଲା ଶବ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାଜେନ୍ଦ୍ରକୁ ଉଦ୍ଧାର କରାଯାଇଥିଲା । ଡ଼ାକ୍ତର ରାଜେନ୍ଦ୍ରକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ କୁରାଢ଼ୀ ସହ ବଡ଼ଭାଇ ଅରବିନ୍ଦକୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.