ଘରୋଇ କଳହକୁ ନେଇ ହତ୍ୟାକାଣ୍ଡ : ସାନ ଭାଇର କାଠ ଫାଳିଆ ମାଡରେ ବଡ ଭାଇର ମୃତ୍ୟୁ

Published By : Prameya-News7 Bureau | October 16, 2020 IST

କେନ୍ଦ୍ରାପଡା ୧୬।୧୦: ଘରୋଇ କଳିକୁ କେନ୍ଦ୍ର କରି ସାନ ଭାଇର କାଠ ଫାଳିଆ ମାଡରେ ବଡ ଭାଇର ମୃତ୍ୟୁ ଘଟିଛି । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଧତନାପାରି ଗାଁରେ ଗୁରୁବାର ସନ୍ଧ୍ୟାରେ ଘଟିଛି ଏହି ଘଟଣା । ମୃତକ ହେଲେ ଉମାକାନ୍ତ ମିଶ୍ର ।

{"id":345199,"sizeSlug":"large"}

ସୂଚନାଯୋଗ୍ୟ ଯେ, ଘରେ ପାଣି ଟ୍ୟାପ ଖୋଲା ରହି ପାଣି ବୋହି ଯିବା ଘଟଣାକୁ ନେଇ ଉମାକାନ୍ତ ଓ ତାଙ୍କ ସାନ ଭାଇ ଲୋକନାଥଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ଲୋକନାଥ ଏକ କାଠ ଫାଳିଆରେ ବଡ ଭାଇ ଉମାକାନ୍ତଙ୍କ ମୁଣ୍ଡରେ ପିଟି ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ଉମାକାନ୍ତ ପଡି ଯାଇଥିଲେ । ତୁରନ୍ତ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ମୃତ ଉମାକାନ୍ତଙ୍କ ବାପା କାମିନୀକାନ୍ତ ଓ ଭାଇ ଲୋକନାଥଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.