ସାମାନ୍ୟ ବଚସାରୁ ସାନ ଭାଇକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କଲା ବଡ ଭାଇ
26/10/2019 at 5:02 PM

ଭଞ୍ଜନଗର ୨୬|୧୦: ସାମାନ୍ୟ ବଚସାକୁ କେନ୍ଦ୍ରକରି ଭାଇକୁ ହତ୍ୟା କଲା ଭାଇ । ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡାଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହତ୍ୟାକାରୀ ବଡ ଭାଇକୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗାଁର ୧୫ ବର୍ଷ ବୟସ୍କ ନିଲୁ ପାତ୍ରଙ୍କ ବାପା ମା’ ମରିଯିବା ପରେ ସେ ବଡବାପା ଘରେ ରହୁଥିଲେ । ସାମାସ୍ୟ ବଚସାରୁ ବଡ ବାପା ବିନୋଦ ପାତ୍ର ନିଲୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ନିଲୁର ମୃତ୍ୟୁ ହୋଇଥିଲା । ବିନୋଦ ନିଲୁଙ୍କ ଶବକୁ ନେଇ ଏକ ନିଛାଟିଆ ରାସ୍ତା କଡରେ ଫିଙ୍ଗି ଦେଇଥିଲା । ଖବର ପାଇ ବୁଗୁଡା ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବା ସହ ଅଭିଯୁକ୍ତ ବିନୋଦ ପାତ୍ରକୁ ଅଟକ ରଖି ତଦନ୍ତ କରୁଛି ।
Related Posts
ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8 March 2021
ଜଙ୍ଗଲରେ ନିଆଁ ପାଇଁ ଅକଳରେ ବନବିଭାଗ, ଡକାଗଲା ଜରୁରୀ ବୈଠକ
8 March 2021