ବଡ ଭାଇର ଆକ୍ରମଣରେ ସାନ ଭାଇ ମୃତ, ବଡ ଭାଇ ଫେରାର

Published By : Prameya-News7 Bureau | July 31, 2019 IST

ବରଗଡ ୩୧|୭: ବରଗଡ ଅତାବିରାରେ ହତ୍ୟାକାଣ୍ଡ । ସାନଭାଇକୁ ହତ୍ୟା କରିଛି ବଡଭାଇ । ଗତକାଲି ଅପରାହ୍ନରେ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଟାଙ୍ଗରପାଲି ପଞ୍ଚାୟତର ତଲାକଟା ଗ୍ରାମରେ ୩୫ ବର୍ଷୀୟ ଅଜୟ ଲାକ୍ରାଙ୍କୁ ତାଙ୍କ ବଡ଼ ଭାଇ ଫକୀର ଲାକ୍ରା ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ଅଜୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ହତ୍ୟାକାଣ୍ଡର କାରଣ ଏବେବି ଅସ୍ପଷ୍ଟ ଥିବାବେଳେ ଅତାବିରା ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

{"id":139224}

ଏନେଇ ଅତାବିରା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ଅଜୟ ଏବଂ ଫକୀର ସେହି ଗ୍ରାମରେ ପାଖାପାଖି ରହୁଥିବା ବେଳେ ଘର ସମ୍ମୁଖରେ ହିଁ ଆକ୍ରମଣ କରାଯାଇଥିବା କୁହାଯାଇଛି । ହତ୍ୟାପରେ ବଡଭାଇ ଫକୀର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ବରଗଡ଼ ମୁଖ୍ୟ ଡ଼ାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.