ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ, ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ବଡ ଭାଇ

Published By : Prameya-News7 Bureau | October 17, 2019 IST

ବାଂଶପାଳ ୧୭।୧୦: ବଡ ଭାଇର ଟାଗିଂଆ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଛି । ଅଭିଯୁକ୍ତ ବଡ଼ଭାଇ  ଥାନାରେ ଆତ୍ମ ସମର୍ପଣ କରିଛି ।  କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ଶାଗପାଲି  ଗ୍ରାମର  ସିନ୍ଧୁସାହିରେ ଘଟିଛି  ଅଭାବନୀୟ ଘଟଣା ।

{"id":170867}

ସୂଚନାଯୋଗ୍ୟ ଯେ, ଶାଗପାଳି ଗ୍ରାମର ସିନ୍ଧୁସାହିର ମଧୁ ପାତ୍ରଙ୍କ ବଡ ପୁଅ ଚୌଧୁରୀ ପାତ୍ର ଓ ସାନପୁଅ ଅଜୟ ପାତ୍ରଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଲାଗି ରହୁଥିଲା । ପରେ ଏହା ଭୟଙ୍କର ରୂପ ନେଇଥିଲା । ବଡ ଭାଇ ଚୌଧୁରୀ ପାତ୍ରକୁ ସାନ ଭାଇ ଅଜୟ ପାତ୍ର କିଛି ଦିନ ପୂର୍ବରୁ ଆକ୍ରମଣ କରିଥିଲା ଏବଂ ଏଥିରେ ଚୌଧୁରୀ ଆଘାତ ହୋଇଥିଲେ । ପରେ ସାନ ଭାଇ ଅଜୟ କାଳେ ତାଙ୍କୁ ଜୀବନରୁ ମାରିଦେବା ଭୟରେ ପ୍ରତିଶୋଧ ପରାୟଣ ହୋଇ ବଡ ଭାଇ ଚୌଧୁରୀ ପାତ୍ର ସାନ ଭାଇ ଅଜୟ ପାତ୍ରଙ୍କୁ ଏକ ଟାଗିଂଆରେ ହାଣି ହତ୍ୟା କରିଥିଲା । ଫଳରେ ଅଜୟଙ୍କ ମୃତ୍ୟୁ ହୋଇଥିଲା ।

{"id":170869}

ପରେ ତାଙ୍କ ବାପା ମଧୁ ପାତ୍ର ସଂଧ୍ୟାରେ ନୟାକୋଟ ଥାନାକୁ ଆସି ଏତଲା ଦେଇଥିଲେ ପରେ କିଛି ସମୟ ପରେ ଅଭିଯୁକ୍ତ ଚୌଧୁରୀ ନୟାକୋଟ ଥାନାରେ ଆସି ଆତ୍ମସମର୍ପଣ କରିଥିଲା । ନୟାକୋଟ ଥାନା ଅଧିକାରୀ ବିଦେଶୀ ବାଗ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.