ମୋବାଇଲରେ ଭିଡିଓ ଗେମ୍ ଖେଳି ନେଟ୍ ସରାଇ ଦେଇଥିଲା ସାନ ଭାଇ : ରାଗି ଯାଇ ଛାତିରେ ଛୁରୀ ଭୁଷିଦେଲା ବଡ଼ ଭାଇ

Published By : Prameya-News7 Bureau | November 20, 2020 IST

ଯୋଧପୁର ୨୦/୧୧: ୧୨ବର୍ଷର ସାନ ଭାଇ ୨୩ବର୍ଷର ବଡ଼ ଭାଇ ରମନଙ୍କ ମୋବାଇଲ୍ ନେଇ ଭିଡିଓ ଗେମ୍ ଖେଳୁଥିଲା ଯାହା ଫଳରେ ମୋବାଇଲ୍ ନେଟ୍ ପ୍ୟାକ୍ ସରି ଯାଇଥିଲା। ବଡ଼ ଭାଇ ରାଗି ଯାଇ ସାନ ଭାଇକୁ ଛୁରୀ ଭୁଷି ହତ୍ୟା କରି ଦେଇଛି। ଏହି ଘଟଣାଟି ଘଟିଛି ରାଜସ୍ଥାନର ଯୋଧପୁରରେ।

ମହାମନ୍ଦିର ଥାନା ଅଞ୍ଚଳର ବୀର ଦୁର୍ଗାଦାସ କଲୋନୀରେ ଭଡ଼ାଘରେ ରହୁଥିବା କୈଳାଶଦାନ ଚାରଣ,ପତ୍ନୀ ଏବଂ ୫ପିଲାଙ୍କ ସହ ରୁହନ୍ତି। ୧୨ବର୍ଷର ସାନ ଭାଇ ରାୟ ବଡ଼ ଭାଇ ରମନର ମୋବାଇଲର ନେଟ୍ ଭିଡିଓ ଗେମ୍ ଖେଳି ସରାଇ ଦେଇଥିଲା। ଏଥିରେ ରାଗି ଯାଇ ବଡ଼ ଭାଇ ରମନ ଛୁରୀ ଭୁଷି ସାନ ଭାଇକୁ ହତ୍ୟା କରି ଦେଇଛି। ତାକୁ ହତ୍ୟା କରି ଛାତ ଉପରେ ଛାଡ଼ି ଚୁପଚାପ୍ ବାହାରି ଯାଇଥିଲା।

ସୂଚନା ଅନୁଯାୟୀ ଚାରଣ ୨୩ବର୍ଷ ତଳେ ଜାପାନୀ ମହିଳାଙ୍କ ସହ ବିବାହ କରିଥିଲେ। ବିବାହ ପରେ ତାଙ୍କର ୩ପୁଅ ଏବଂ ୨ଝିଅ ଅଛନ୍ତି।

ବଡ଼ ପୁଅ ରମନ ପିଲାମାନଙ୍କୁ ଟେନିସ୍ କୋଚିଂ ଦେଉଥିଲା କିନ୍ତୁ ସେ ଜଣେ ମାନସିକ ବିକାରଗ୍ରସ୍ତ। ଘରର ମୁରବୀ କୈଳାଶଦାନଙ୍କ ମାନସିକ ଅବସ୍ଥା ମଧ୍ୟ ଠିକ୍ ନାହିଁ। ବୁଧବାର ସନ୍ଧ୍ୟା ୭ଟାରେ ବଡ଼ ଭାଇ,ନିଜ ସାନ ଭାଇ ରାୟକୁ ଛାତ ଉପରକୁ ନେଇ ଯାଇଥିଲା ଏବଂ ଛାତିରେ ଛରୀ ଭୁଷି ହତ୍ୟା କରିଥିଲା।

ଅଭିଯୁକ୍ତ ଭାଇ ଟେନିସ୍ କୋଚିଂ କରି ପୂରା ପରିବାରର ଭରଣପୋଷଣ କରୁଥିଲା। କୈଳାସ ଦାନ ପୁଡୁଚେରୀର ଜାପାନୀ ମହିଳାଙ୍କୁ ପ୍ରେମ ବିବାହ କରିଥିଲେ।

ରାୟକୁ ଛୁରୀ ଭୁଷି ହତ୍ୟା କରିବା ପରେ ରମନ ଘରୁ ବାହାରି ଯାଇଥିଲା। ମା ଏବଂ ଭଉଣୀ ରାୟକୁ ଖୋଜି ଖୋଜି ଛାତକୁ ଆସିବାରୁ ରାୟକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିଥିଲେ। ମା ଏବଂ ଭଉଣୀ ତୁରନ୍ତ ତାକୁ ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ନେଇ ଆସିଥିଲେ ଯେଉଁଠାରେ ଡାକ୍ତର ତାକୁ ମୃତ ଘୋଷିତ କରିଥିଲେ। ରାୟ ପରିବାରର ସବୁଠୁ ସାନ ପୁଅ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.