ସାନ ଭାଇର ପନିକି ଚୋଟରେ ବଡ ଭାଇ ଗୁରୁତର, ମେଡିକାଲରେ ଭର୍ତ୍ତି
23/12/2019 at 4:08 PM

ନୀଳଗିରି ୨୩।୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ କାଁଥିପଦା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଔପଦା ବ୍ଲକ ବାଉଁଶବଣିଆ ପଂଚାୟତରେ ଥିବା ଏହି ଗାଁରେ ଶନିବାର ଦିନ କାର୍ତିକ ସେଠୀଙ୍କ ଦୁଇ ଝିଅ ଝଗଡା ଲାଗିଥିଲେ । ଝଗଡା ଲାଗିବା ପରେ କାର୍ତିକଙ୍କ ସାନ ଭାଇ ସନାତନଙ୍କ ଘରେ ରହିଥିଲେ । ପରେ ତାଙ୍କ ମା’ ତାଙ୍କୁ ଆକଟ କରି ଘରକୁ ଆଣିଥିଲେ ।

ଏଭଳି ଘଟଣା ଶୁଣିବା ପରେ ସନାତନ ରାଗି ଯାଇଥିଲେ । ଝିଅଙ୍କର ମା’କୁ ମାଡ଼ ମାରିବା ସହ ଏକ ପନିକି ଧରି ହାଣିବାକୁ ଉଦ୍ୟମ କରିଥିଲେ । ଭାଇ କାର୍ତିକ ଆସି ପ୍ରତିବାଦ କରିବାରୁ ପନିକି ଚୋଟରେ ତାଙ୍କର ଡାହାଣ ହାତରେ ଗଭୀର କ୍ଷତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ନେଇ ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021
୫୦ ଏକରର ଗଞ୍ଜେଇ ଚାଷ ନଷ୍ଟ, ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା
19 January 2021