ଘରୋଇ କଳିରୁ ଫୁଟିଲା ବୋମା, ଗର୍ଜିଲା ବନ୍ଧୁକ : ସାନ ଭାଇର ବୋମାମାଡରେ ବଡ ଭାଇ ଆହତ

Published By : Prameya-News7 Bureau | September 29, 2019 IST

ଢେଙ୍କାନାଳ ୨୯।୯: ଘରୋଇ କଳିରୁ ଫୁଟିଲା ବୋମା, ଗର୍ଜିଲା ବନ୍ଧୁକ । ଢ଼େଙ୍କାନାଳ ବେଲଟିକିରି ଗାଁ ତଳସାହିରେ ଗୁଳିକାଣ୍ଡ ସହ ବୋମାମାଡ । ସାନ ଭାଇର ବୋମା ମାଡରେ ବଡ ଭାଇ ଆହତ ହୋଇଛନ୍ତି । ସେପଟେ ଆହତ ବଡ ଭାଇ ମଧ୍ୟ ସାନ ଭାଇକୁ ଗୁଳି କରିଛି ।

{"id":164078}

ସୂତନାଯୋଗ୍ୟ ଯେ, ପୂର୍ବ ଶତ୍ରୁତାକୁ ନେଇ ବିଳମ୍ବିତ ରାତିରେ ବଡ ଭାଇ ମିଲୁ ବେହେରା ଓ ସାନ ଭାଇ ବିଭୁତି ବେହେରା ମଧ୍ୟରେ ଝଗଡା ହୋଇଥିଲା । ପରେ କଥା କଟାକଟି ଉଗ୍ର ରୂପ ନେଇଥିଲା । ପ୍ରଥମେ ଉତକ୍ଷିପ୍ତ ହୋଇ ମିଲୁର ଘର ଉପରକୁ ବୋମା ମାଡ କରିଥିଲା ବିଭୁତି । ପରେ ମିଲୁ ମଧ୍ୟ ବନ୍ଧୁକ ଆଣି ବିଭୁତିକୁ ଗୁଳି କରିଥିଲା ।  ବିଭୁତି ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ତାକୁ କେହି ସେଠାରୁ ଉଦ୍ଧାର କରିନଥିଲେ । ଖବର ପାଇ ସଦର ପୋଲିସ ପହଞ୍ଚି ବିଭୁତିଙ୍କୁ  ମେଡିକାଲରେ ଭର୍ତ୍ତି କରିଛି ।  ପୋଲିସକୁ ଦେଖି  ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ମିଲୁ । ବୋମା ଓ ଗୁଳିମାଡକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.