ସାନ ଭାଇର ଭୁଜାଲି ଚୋଟରେ ବଡ ଭାଇ ଗୁରୁତର
2/01/2019 at 11:57 AM

ଜଗତସିଂହପୁର ୦୨|୦୧: ସାନ ଭାଇର ଭୁଜାଲି ଚୋଟରେ ବଡ ଭାଇ ଗୁରୁତର ହୋଇଛି । ଜଗତସିଂହପୁର ସଦର ଥାନା କଣ୍ଟାପଡା ଗାଁରେ ଜମିବାଡି ବିବାଦକୁ ନେଇ ଘଟିଛି ଏଭଳି ଅଘଟଣ । ଗାଁର ଚକ୍ରଧର ସ୍ବାଇଁ ଓ ତାଙ୍କ ସାନ ଭାଇ ଠୁକୁରାଙ୍କ ମଧ୍ୟରେ ଜମିକୁ ନେଇ କିଛି ଦିନ ଧରି ବିବାଦ ଚାଲିଥିଲା । ଗତକାଲି ସଂଧ୍ୟାରେ ଉଭୟଙ୍କ ମଧ୍ୟରେ ଝଗଡା ଉଗ୍ରରୂପ ନେଇଥିଲା । ସାନଭାଇ ଠୁକୁରା ଉତକ୍ଷିପ୍ତ ହୋଇ ବଡଭାଇ ଚକ୍ରଧରଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା । ଫଳରେ ତାଙ୍କର ଡାହାଣ ହାତ ଓ ମୁଣ୍ଡରେ ଗଭୀର କ୍ଷତ ହୋଇଛି । ଗୁରୁତର ଅବସ୍ଥାରେ ପ୍ରଥମେ ଜଗତସିଂହପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ ପରେ ଠୁକୁରା ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
Related Posts
ଚାଷୀଙ୍କ ସମସ୍ୟା ନେଇ ଧାରଣାରେ ବସିଲେ ଜୟପୁର ବିଧାୟକ
20 January 2021
ଚୋରାଚାଲାଣ ବେଳେ ଧରିଲା ବନବିଭାଗ, ବିପୁଳ ପରିମାଣର ମୁଲ୍ୟବାନ କାଠ୍ ଜବତ
20 January 2021
ରାଉରକେଲାରେ ପୁଣି ଲଜ୍ଜା : ଜଙ୍ଗଲକୁ ନେଇ ଶାଳୀକୁ ଦୁଷ୍କର୍ମ କଲା ଭିଣୋଇ !
20 January 2021
ମମତାର ସ୍ନେହ ଭୁଲିଗଲା ପୁଅ, ମା’କୁ ହାତୁଡିରେ ପିଟି ପିଟି କଲା ହତ୍ୟା
20 January 2021