ଭାଇ ହେଲା ଭଗାରୀ : ଜମିଜମା ବିବାଦକୁ ନେଇ ବଡ ଭାଇର କୋଦାଳ ଚୋଟରେ ସାନ ଭାଇଙ୍କ ମୃତ୍ୟୁ

Published By : Prameya-News7 Bureau | November 10, 2020 IST

ଚାନ୍ଦବାଲି ୧୦।୧୧: ଭାଇ ହେଲା ଭଗାରୀ । ଜମିଜମା ବିବାଦକୁ ନେଇ ବଡ଼ ଭାଇର କୋଦାଳ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଛି । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଂଶଡ଼। ଥାନା ଅନ୍ତର୍ଗତ କରଣପଲ୍ଲୀରେ । ବିଲରେ ଜମିକୁ ପାଣି ମାଡ଼ିବାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଫଳରେ ବଡ଼ଭାଇ ମଣ୍ଡୁ ମାଇତ ତାଙ୍କ ସାନ ଭାଇ ରାଧାଶ୍ୟାମ ମାଇତିକୁ କୋଦଳରେ ଆକ୍ରମଣ କରିଥିଲେ ।

{"id":359163,"sizeSlug":"large"}

ଘଟଣାସ୍ଥଳରେ ରାଧାଶ୍ୟାମ ତଳେ ପଡ଼ଯାଇ ଚିତ୍କାର କରିବାରୁ ଅନ୍ୟ ଚାଷୀମାନେ ତାଙ୍କୁ ବିଲରୁ ଉଦ୍ଧାର କରି ଭଦ୍ରକମେଡ଼କାଲକୁ ପଠାଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ରାଧାଶ୍ୟାମଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ପରିବାର ପକ୍ଷରୁ ବାଂଶଡା ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ବାଂଶଡ଼। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.