Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ମାସ ପରେ ଖୋଲିବ ଭିତରକନିକା, ରାତ୍ରିଯାପନ କରିପାରିବେ ନାହିଁ ପର୍ଯ୍ୟଟକ
  • ||
  • ଆଉ ଥରେ ବିଦ୍ୟାଭାରତୀଙ୍କୁ ଜେରା କରିବ ପୋଲିସ ! ନେଇପାରେ ପାରଳାଖେମୁଣ୍ଡି
  • ||
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ପୂର୍ବ ଶତ୍ରୁତାରୁ ସମ୍ପର୍କୀୟ ବଡ ଭାଇକୁ ଟାଙ୍ଗିଆରେ ହାଣିଲା ସାନ ଭାଇ, ଗଣ୍ଡିରୁ ମୁଣ୍ଡ ହେଲା ଅଲଗା

8/08/2020 at 4:20 PM

ଉମରକୋଟ ୮।୮: ସମ୍ପର୍କୀୟ ବଡ ଭାଇକୁ ହତ୍ୟା କଲା ସାନଭାଇ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ହାତିବାଡି ଗ୍ରାମର ଏହି ହତ୍ୟାକାଣ୍ଡ ଘଟିଛି । ସାନ ଭାଇ ଡମ୍ବରୁ ଗୌଡର ଟାଙ୍ଗିଆ ଚୋଟରେ ବଡଭାଇ ରତନ ଗୌଡର ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଛି ।

ପୂର୍ବ ଶତ୍ରୁତାକୁ ନେଇ ଏଭଳି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ରତନ ଗୌଡ଼ଙ୍କ ବାପା ଏନେଇ ଝରିଗାଁ ଥାନାରେ ଅଭିଯୋଗ କରିଛନ୍ତି । ତେବେ ହତ୍ୟାକାରୀ ହତ୍ୟା କରିବା ପରେ ଝରିଗାଁ ଥାନାରେ ଆସି ଆତ୍ମସମର୍ପଣ କରିଥିଲା । ହତ୍ୟାକାରୀର ବୟାନ ଅନୁଯାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଏପର୍ଯ୍ୟନ୍ତ ହତ୍ୟାର କାରଣ ଜଣା ପଡିନଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି  ।

   Related Posts