ସାନ ଭାଇର ଶାବଳ ମାଡରେ ବଡ ଭାଇ ଗୁରୁତର
17/12/2018 at 10:22 AM

ବାଲେଶ୍ବର ୧୭|୧୨: ସାନ ଭାଇର ଶାବଳ ମାଡରେ ବଡ ଭାଇ ଗୁରୁତର ହୋଇଛନ୍ତି । ଜମି ବାଡି ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ସାନ ଭାଇର ଆକ୍ରମଣରେ ବଡ ଭାଇ ରକ୍ତକ୍ତ ହୋଇଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ନଇଛଣପୁର ଗାଁରେ । ରବିନ୍ଦ୍ର ମହାନ୍ତିଙ୍କ ବଡପୁଅ ମହେଶ୍ବର ମହାନ୍ତି ଓ ତାଙ୍କ ସ୍ତ୍ରୀ ମନୋରମା ମହାନ୍ତି ବର୍ଷା ଆସିବାରୁ ତରତର ହୋଇ ଧାନ ଖଳାକୁ ଧାନ ନେଇ ଆସୁଥିବା ବେଳେ ତାଙ୍କର ସାନଭାଇ ରାଜେନ୍ଦ୍ର ମହାନ୍ତି ଓ ତାଙ୍କ ସ୍ତ୍ରୀ ମିଶି ବଡଭାଇ ଓ ଭାଉଜକୁ ଶାବଳ ଓ ଠେଙ୍ଗାରେ ଗୋଡାଇ ଗୋଡାଇ ମାରିଥିଲେ । ବଡ ଭାଇ ମହେଶ୍ବର ଗୁରୁତର ଅବସ୍ଥାରେ ପ୍ରଥମେ ଖନ୍ତାପଡା ମେଡିକାଲ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ବର ମେଡିକାଲ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ଦୁଇ ଭାଇଙ୍କ ମଧ୍ୟରେ ଡମି ବାଡିକୁ କେନ୍ଦ୍ର କରି ମତାନ୍ତର ଥିବା ସ୍ଥାନୀୟ ଲୋକେ କହିଛନ୍ତି ।