ପଞ୍ଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ, ଭୋଟ ଦେବା ସମୟ ଏବଂ ପ୍ରାର୍ଥୀଙ୍କ ଖର୍ଚ୍ଚ ବୃଦ୍ଧି ଲାଗି ଦାବି

Published By : Prameya-News7 Bureau | November 06, 2021 IST

ଭୁବନେଶ୍ୱର ୦୬।୧୧: ଆଗକୁ ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ବୈଠକରେ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ଭୋଟ ଦେବା ସମୟରେ ବୃଦ୍ଧି, ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚକୁ ବୃଦ୍ଧି କରିବା ପାଇଁ ଦାବି ରଖିଛନ୍ତି । ନିର୍ବାଚନ କମିଶନ ଏହି ସବୁ ଦାବି ଉପରେ ବିଚାର କରୁଛନ୍ତି ।

{"id":539340,"sizeSlug":"full","linkDestination":"none"}

ବୈଠକରେ ହୋଇଥିବା ଦାବି ଗୁଡ଼ିକ ହେଉଛି, ଭୋଟ ଦେବା ସମୟକୁ ୭ ଟାରୁ ୧୨ଟା ବଦଳରେ ଏଥିରେ ଆଉ ୨ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । ନିର୍ବାଚନ ଖର୍ଚ୍ଚ ବୃଦ୍ଧି, ଜିଲ୍ଲା ପରିଷଦଙ୍କର ୨ ଲକ୍ଷ ବଦଳରେ ୫ ଲକ୍ଷ କରାଯାଉ।ଏହାସହିତ ସରପଞ୍ଚ ଓ ସମିତି ସଭ୍ୟଙ୍କର ୮୦ ହଜାର ଟଙ୍କାକୁ ଡବଲ କରଯାଉ,  ଅଥବା ୧ ଲକ୍ଷ ୬୦ ହଜାରରୁ ୨ ଲକ୍ଷ କରାଯାଉ । ନିର୍ବାଚନର ୭ ଦିନ ପୂର୍ବରୁ  ମଦକୁ ବନ୍ଦ କରଯାଉ । ଭୋଟର ତାଲିକାକୁ ସ୍ୱଚ୍ଛ କରିବା ପାଇଁ ପ୍ରତି ବୁଥରେ ଅଫିସରଙ୍କୁ ନିଯୁକ୍ତି ଦିଆଯାଉ । ଯେଉଁମାନେ ଡବଲ ଭୋଟର ତାଲିକା ରହିଛି ତାକୁ ବାଦ ଦିଆଯାଉ ।

{"id":539341,"sizeSlug":"full","linkDestination":"none"}

ତେବେ ବିଭିନ୍ନ ରାଜନୈତିକ ଦଳଙ୍କ ସହ ଆଲୋଚନା ରାଜ୍ୟ ନିର୍ବାଚନ କମିଶନଙ୍କ ଆଦିତ୍ୟ ପାଢ଼ୀ କହିଛନ୍ତି ଯେ, ଭୋଟର ତାଲିକା ନିର୍ଭୁଲ ଭାବେ ପ୍ରସ୍ତୁତ କରିବା ପାଇଁ ଆଲୋଚନା ହୋଇଛି । ୱାର୍ଡ଼ ସ୍ତରରେ ଭୋଟର ତାଲିକା ପ୍ରସ୍ତୁତ ହେବ।  ନାଁ ସହିତ ଲୋକଙ୍କର ଏପିକି ଭୋଟର ଆଇଡି ନମ୍ବର ରହିବ । ନଭେମ୍ବର ୧, ୨୦୨୧ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ହୋଇଥିବ,  ସେମାନେ ଭୋଟ ଦେବା ପାଇଁ ଆମେ ପ୍ରସ୍ତାଵ ରଖିଛୁ। ଭୋଟ ଗ୍ରହଣର ଅବଧି ପୂର୍ବରୁ ୭ ଟାରୁ ୧୨ଟା ରହିଥିଲା । ତାକୁ ବଢ଼ାଇବା ପାଇଁ ବୈଠକରେ ଆଲୋଚନା ହୋଇଛି। ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ବଢ଼ାଇବାକୁ ବି ରାଜନୈତିକ ଦଳ ମାନେ ପ୍ରସ୍ତାଵ ଦେଇଛନ୍ତି । ତାହା ଉପରେ ଆଲୋଚନା ହୋଇଛି । ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.