ଡର୍ଟି ପିକ୍ଚର ପରେ ଏହି ଦୁଇ ଅଭିନେତ୍ରୀଙ୍କୁ ନାଗୀନ୍ କରିବା ପାଇଁ ଚାହିଁଥିଲେ ଏକତା କାପୁର- ସେମାନେ ଭାବିଥିଲେ ଥଟ୍ଟା କରୁଛନ୍ତି
26/12/2019 at 11:12 AM

ମୁମ୍ବାଇ୨୬|୧୨: ବଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ଏକତା କପୁର ଅଧିକାଂଶ ସମୟ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି। ଛୋଟ ପରଦାର ଧାରାବାହିକ କ୍ୱିନ୍ ଭାବେ ପରିଚିତ ପ୍ରଯୋଜିକା ଏକତା କପୁର ନିଜ ସୁପରହିଟ୍ ସିରିଏଲ ଦ୍ବାରା ଟିଭି ଇଣ୍ଡଷ୍ଟ୍ରିରେ ରାଜ କରନ୍ତି। ‘ହମ୍ ପାଞ୍ଚ, କାହାନୀ ଘର ଘର କି, କ୍ୟୁକି ଶାଶ୍ ଭି କଭି ବୋହୂ ଥି, କସୌଟି ଜିନ୍ଦେଗୀ କି’ ଭଳି ସୁପରହିଟ୍ ସିରିଏଲ୍ରେ ପ୍ରଯୋଜନା କରି ବେଶ୍ ପ୍ରସିଦ୍ଧି ଲାଭ କରିଛନ୍ତି ।

ଏବେ ଏକତା କପୁର ନାଗୀନ୍ ଭଳି ସିରିଏଲ ଟିଭିରେ ଆରମ୍ଭ କରି ଏକ ନୂଆ ଟ୍ରେଣ୍ଡ୍ ଆରମ୍ଭ କରିଛନ୍ତି। ଏବେ ନାଗୀନ୍ର ଚତୁର୍ଥ ସିଜିନ୍ ଚାଲିଛି। ନାଗୀନ୍ ୪- ନେଇ ସେ ବେଶ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏହି ଧାରାବାହିକକୁ ଦର୍ଶକ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ଏହି ଧାରାବାହିକର ପ୍ରଥମ ସିଜିନ୍ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ଦର୍ଶକ ଏହି ସିରିଏଲକୁ ଏତେ ପସନ୍ଦ କଲେ ଯେ, ଏବେ ଏହାର ଚତୁର୍ଥ ସିଜିନ୍ ଚାଲିଛି। ନାଗୀନ୍ ସିରିଜ୍କୁ ନେଇ ଏକତା ଏକ ଖୁଲାସା କରିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ଏକତା କହିଛନ୍ତି ଯେ, ଡର୍ଟି ପିକ୍ଚର ପରେ ସେ ନାଗୀନ୍ ଫିଲ୍ମ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ନାଗୀନ୍କୁ କୌଣସି ଟିଭି ସିରିଏଲ୍ ନୁହେଁ ବରଂ ସେ ନାଗୀନ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ। ଏକତା ନିଜର ଏହି ଇଚ୍ଛା ପ୍ରକାଶ କରି ଅନେକଙ୍କୁ ଆଚମ୍ବିତ କରିଥିଲେ। ଏହା ସହ ସେ କହିଛନ୍ତି ଯେ, ଏହି ଫିଲ୍ମ ଅଫର ନେଇ ସେ କ୍ୟାଟ୍ରିନା କୈଫ୍ ଓ ପ୍ରିୟଙ୍କା ଚୋପ୍ରାଙ୍କ ସହ କଥା ହୋଇଥିଲେ। ନେବାକୁ ଚାହୁଁଥିଲେ ବୋଲି କହିଛନ୍ତି।

ଡାର୍ଟି ପିକଚର ପରେ ଏକତା ନାଗୀନ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ବୋଲି କହିଛନ୍ତି। ହେଲେ କ୍ୟାଟ୍ରିନା ନାଗୀନ୍ ଭଳି ଫିଲ୍ମ ବର୍ତ୍ତମାନ ଚାଲିବ କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହା ସହ ଭାରତରେ ଏହି ଫିଲ୍ମ ଚାଲିବ କି ବୋଲି ପଚାରିଥିଲେ କ୍ୟାଟ୍। କ୍ୟାଟ୍ରିନାଙ୍କ ପରେ ଏହି ଫିଲ୍ମ ପାଇଁ ସେ ପ୍ରିୟଙ୍କାଙ୍କୁ ନେବା ପାଇଁ ଭାବିଥିଲେ। କିନ୍ତୁ ସେହି ସମୟରେ ଏକତା ବିଦେଶ ଯିବାକୁ ପ୍ରସ୍ତୁତି ଚଳାଇଥିବାରୁ ଫିଲ୍ମଟି କରିପାରି ନଥିଲେ।

ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ଏହି ଫିଲ୍ମ କରିବା ପାଇଁ ପ୍ରସ୍ତୁତ ମଧ୍ୟ ଥିଲେ। ଶେଷରେ ଏକତା ନାଗୀନ୍ କାହାଣୀକୁ ନେଇ ସିରିଏଲ ଆରମ୍ଭ କରିଥିଲେ ଯାହା ଏବେ ହିଟ୍ ଧାରାବାହିକ ମଧ୍ୟରୁ ଗୋଟେ। ଏକତାଙ୍କର ଇଚ୍ଛା ଥିଲା ଯେ, ଏହି ପ୍ରୋଜେକ୍ଟରେ କୌଣସି ବଡ ଅଭିନେତ୍ରୀ କାମ କରନ୍ତୁ ଯାହା ସଫଳ ହୋଇନଥିଲା। ନାଗୀନ୍ର ପ୍ରଥମ ସିଜିନ୍ରେ ମୋନି ରାୟ ନାଗୀନ୍ ଚରିତ୍ରରେ ଅଭିନୟ କରୁଥିଲେ। ପରେ କରିସ୍ମା ତନ୍ନା, ସୁରଭି ଜ୍ୟୋତି ଓ ଏବେ ନିୟା ଶର୍ମା ଓ ଜସ୍ମିନ୍ ଭସୀନ୍ ଶୋ’ରେ ନାଗୀନ୍ ଭାବେ ଅଭିନୟ କରୁଛନ୍ତି।