Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୩ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଏହି ପର୍ଫେକ୍ଟ ଫେସ୍ ପାଇବା ପାଇଁ ଏକତା କପୁରଙ୍କୁ ଲାଗିଗଲା ଅଢେଇ ବର୍ଷ

17/07/2019 at 4:22 PM

ପ୍ରତିଷ୍ଠିତ ପ୍ରଯୋଜକ ଓ କଣ୍ଟେଟ୍‌ କୁଇନ୍‌ ଏକତା କପୁର ଗତ ଅଢେଇ ବର୍ଷ ଧରି ନିଜ ନୂଆ ୱେବ ସିରିଜ “ଇଟ୍‌ ହ୍ୟାପେଣ୍ଡ ଇନ୍‌ କୋଲକାତା” ପାଇଁ ମୁଖ୍ୟ ଅଭିନେତ୍ରୀ ଖଜୁଥିଲେ। ଶେଷରେ ତାଙ୍କୁ ଖୋଜୁଥିବା ଅଭିନେତ୍ରୀ ମିଳିଯାଇଛନ୍ତି।

ମଡେଲ ନଗ୍ମା ରିଜୱାନ ଏହି ୱେବ ସିରିଜରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିବେ। ଏହି ଲଭ ଷ୍ଟୋରୀ ଲାଗି ଟିଭି ଅଭିନେତା କରନ କୁନ୍ଦ୍ରାଙ୍କୁ ମୁଖ୍ୟ ଭୂମିକା ପାଇଁ ବଛା ଯାଇଥିଲା। ଏହି ୱେବ ସିରିଜର ଅଭିନେତ୍ରୀ ଚରିତ୍ର ପାଇଁ ନିର୍ମାତା ଏକତା ଏକ ନୂଆ ଚେହେରା ଲଂଚ କରିବାକୁ ଚାହୁଁଥିଲେ। ଏଥିପାଇଁ ସମଗ୍ର ଦେଶରେ ୩୦୦ରୁ ଅଧିକ ଅଡିଶନ କରାଯାଇଥିଲା।

ଏକତା କପୁର ନିଜେ ଏକ ଭିଡିଓ ସେୟାର କରି ଟୁଇଟରରେ ଲେଖିଛନ୍ତି ଯେ, ନୂଆ ଟେଲେଣ୍ଟ ନଗ୍ମା ରିଜୱାନ ନୂଆ ୱେବ ସିରିଜ୍‌ “ଇଟ୍‌ ହ୍ୟାପେଣ୍ଡ ଇନ୍‌ କୋଲକାତା”ରେ କରନ କୁନ୍ଦ୍ରାଙ୍କ ବିପକ୍ଷରେ ନଜର ଆସିବେ। କୁସୁମ୍‌ ଭୂମିକାରେ ଅଭିନୟ କରିବାକୁ ଯାଉଥିବା ୨୫ ବର୍ଷ ବୟସ୍କା ରିଜୱାନ କହିଛନ୍ତି ଯେ, ତାଙ୍କୁ ଏତେ ଭଲ ଅଫର ମିଳିଥିବାରୁ ସେ ବହୁତ ଖୁସି।

ଏକତା କପୁର ତାଙ୍କ ସୌନ୍ଦର୍ଯ୍ୟ ସହ ତାଙ୍କ ଦକ୍ଷତାକୁ ଚିହ୍ନଥିବାରୁ ସେ ଏକତାଙ୍କୁ କୃତଜ୍ଞତା ଜଣାଇଛନ୍ତି। “ଇଟ୍‌ ହ୍ୟାପେଣ୍ଡ ଇନ କୋଲକାତା”ର କାହାଣୀ ୬୦ ଓ ୭୦ ଦଶକର ପ୍ରେକ୍ଷାପଟ୍ଟରେ ଆଧାରିତ ହେବ।

କୁସୁମ ନାମକ ଜଣେ ଯୁବତୀ ଡାକ୍ତର ହେବାକୁ ଚାହୁଁଥିବେ। ଏଥିପାଇଁ ସେ କୋଲକାତା ମେଡିକାଲ କଲେଜରେ ଆଡମିଶନ ନେବେ। କଲେଜରେ କୁସୁମ୍‌ ରଣବୀରଙ୍କ ସହ ଦେଖା ହୁଅନ୍ତି। ଧିରେ ଧିରେ ସେ ରଣବୀରଙ୍କୁ ପସନ୍ଦ କରିବାକୁ ଲାଗନ୍ତି। ଏହି ଲଭ ଷ୍ଟୋରୀ ବ୍ୟତୀତ ୨ଟି ବିଶେଷ ଘଟଣା ବିଷୟରେ ମଧ୍ୟ ସିରିଜରେ ଦେଖାଯିବ। ଏହି ସିରିଜର ନିର୍ଦ୍ଦେଶକ ହେଉଛନ୍ତି କେନ୍‌ ଘୋଷ । ସିରିଜର ଶୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଇଛି।        

   Related Posts