‘କୁମ୍‌କୁମ୍ ଭାଗ୍ୟ’ ଶୋ’ର ସେଟ୍‌ରେ ଭୟାବହ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ସମସ୍ତେ

Published By : Prameya-News7 Bureau | July 19, 2020 IST

ମୁମ୍ବାଇ ୧୯/୭: ଏକତା କପୁରଙ୍କ ଡେଲି ସୋପ୍ ‘କୁମକୁମ୍ ଭାଗ୍ୟ’ର ସେଟରେ ଶନିବାର ନିଆଁ ଲାଗି ଯାଇଛି। ମୁମ୍ବାଇର ଚାନ୍ଦିବଲି ଅଞ୍ଚଳରେ ସ୍ଥିତ କିଲିକ୍ ନିକ୍ସନ ଷ୍ଟୁଡିଓରେ ଏହି ଦୁର୍ଘଟଣାରେ କାହାର ବି ମୃତାହତ ହେବାର ସୂଚନା ନାହିଁ। ନିଆଁ ଲାଗିବାର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି। ଏବିଷୟରେ ଏବେ ସୁଦ୍ଧା ସୂଚନା ମିଳି ପାରି ନାହିଁ।

ଦୁର୍ଘଟଣା ସମୟରେ ସୁଟିଂ ଚାଲୁଥିଲା,କିନ୍ତୁ ସମସ୍ତ କଳାକାର ଏବଂ କ୍ରୃ ମେମ୍ବରଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ସବ୍ବୀର ଆହଲୁଓ୍ବାଲିଆ,ଶ୍ରୃତି ଝା,ମୁଗ୍ଧା ଚାଫେକର ଏବଂ କୃଷ୍ଣ କୌଲ ଭଳି କଳାକାର ଦ୍ବାରା ଅଭିନୀତ ‘କୁମକୁମ୍ ଭାଗ୍ୟ’ ବାଲାଜୀର ସବୁଠୁ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ଗୋଟିଏ। ଯାହା ଜି ଟିଭିରେ ପ୍ରସାରିତ କରାଯାଉଛି।

ଦୀର୍ଘ ୩ମାସ ଧରି ଲକଡାଉନ ପରେ ଏବେ କିଛି ଦିନ ତଳେ ପୁଣି ଥରେ ସୁଟିଂ ଆରମ୍ଭ ହୋଇଛି। ଧାରାବାହିକ ସେଟରେ କଳାକାର ଏବଂ ପ୍ରଡକ୍ସନ ଟିମ୍ ପୂରା ସାବଧାନତାର ସହ ଶୋର ସୁଟିଂ କରୁଛି। କରୋନା ଭାଇରସ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ଶୋ ସେଟରେ ୧୦ବର୍ଷରୁ କମ୍ ବୟସର ପିଲା ଏବଂ ୬୦ ବୟସର ଅଧିକ ବୟସର ବ୍ୟକ୍ତିଙ୍କୁ ଅଭିନୟ କରିବାକୁ ଅନୁମତି ନାହିଁ।

 ଏକତା କପୁରଙ୍କ ଆଉ ଏକ ଶୋ ‘କସୌଟୀ ଜିନ୍ଦଗୀ କି’ର ଲିଡ ଆକ୍ଟର ପାର୍ଥ ସମଥାନ କରୋନା ସଂକ୍ରମିତ ହୋଇଥିଲେ ଯାହା ପରେ ଶୋର ସେଟ​‌ରେ ହଇଚଇ ସୃଷ୍ଟି ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.