ଏକତା କପୁର ଖୋଲିଲେ ତାଙ୍କ ମୁଦି ପିନ୍ଧିବାର ରାଜ, ଗୋଟେ ଆଙ୍ଗୁଳି ରେ ପିନ୍ଧନ୍ତି ଏତିକି ମୁଦି

Published By : Prameya-News7 Bureau | September 22, 2019 IST

ମୁମ୍ବାଇ୨୨|୯: ଟିଭି ଜଗତରେ ଏକତା କପୁର ନିଜ ସିରିଏଲ ଓ ସୋ ପାଇଁ ଚର୍ଚ୍ଚାରେ ରୁହନ୍ତି।  ଅନେକ ଦର୍ଶକଙ୍କୁ ତାଙ୍କ କାମ ପସନ୍ଦ  କରିଥାଆନ୍ତି। ମାତ୍ର ୧୯ ବର୍ଷ ବୟସରେ ଏକତା କାମ କରିବା ଆରମ୍ଭ କରିଦେଇଥିଲେ। ଗତ ୨୫ ବର୍ଷରୁ ସେ ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରିକୁ ଲଗାତାର ଗୋଟେ ଜିନିଷ ଦେଇଆସିଛନ୍ତି, ଏଣ୍ଟରଟେନ୍‌ମେଣ୍ଟ, ଏଣ୍ଟରଟେନ୍‌ମେଣ୍ଟ ଓ ଏଣ୍ଟରଟେନ୍‌ମେଣ୍ଟ।

{"id":161056}

ଏକତା ନିଜ ସିରିଏଲ ସହ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଟିଭି କୁଇନ୍‌ ଇଭେଣ୍ଟରେ ସେ ନିଜ ଜୀବନର ଗୁମର ପ୍ରକାଶ କରିଥିଲେ। ଏକତାଙ୍କୁ ପଚାରାଯାଇଥିଲା ଯେ, ସେ ନିଜ ହାତରେ କେତଟି ମୁଦି ପିନ୍ଧନ୍ତି। ଏନେଇ ଏକତା କହିଛନ୍ତି ଯେ, ସେ ପ୍ରତି ଆଙ୍ଗୁଳିରେ ଦୁଇ-୩ଟି ମୁଦି ପିନ୍ଧନ୍ତି। ଏବେ ସେ ୧୪ଟି ମୁଦି ପିନ୍ଧଛନ୍ତି। କିଏ କଣ କହିବ ତାଙ୍କୁ କୌଣସି ଫରକ ପଡେ ନାହିଁ ବୋଲି ସେ କହିଛନ୍ତି ।

{"id":161057}

ଟିଭି ଇଣ୍ଡଷ୍ଟ୍ରିରୁ ନେଇ ବଲିଉଡ ଯାଏଁ ସେ ସବୁଥିରେ ଧମାଲ କରିଛନ୍ତି। ଏକତା ପ୍ରତିଦିନ ମନ୍ଦିର ମଧ୍ୟ ଯାଆନ୍ତି। ନିଜ ଫିଲ୍ମ ଶୁଟିଂ ଆରମ୍ଭ କରିବା ପୂର୍ବରୁ ଏକତା ସବୁବେଳେ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ଯାଇ ଦର୍ଶନ କରନ୍ତି। ତାଙ୍କର ଶୁଭ ସଂଖ୍ୟା ହେଉଛି ୩,୬,୯। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଏକତା ମାଆ ହୋଇଛନ୍ତି।

{"id":161058}

 ଫେବୃଆରୀ ମାସ ୧୧ ତାରିଖରେ ତାଙ୍କୁ ପୁଅଙ୍କ ନାମକରଣ ହୋଇଥିଲା ।  ଅନେକ ସେଲିବ୍ରିଟି ଏକତାଙ୍କ ପାର୍ଟିରେ ଉପସ୍ଥିତ ଥିଲେ। ଏକତା ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି। ଏବେ ସେ ଲଗାତାର ଭାବେ ଇନ୍‌ଷ୍ଟାଗ୍ରାମରେ ନିଜ ପୁଅର ଫଟୋ ସେୟାର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.