ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପରେ ଏଫଆଇଆରରେ ନିଜ ନାଁ ଦେଖି ରାଗିଗଲେ ଏକତା କପୁର : କହିଲେ, 'ମୁଁ ହିଁ ତାଙ୍କୁ ଲଞ୍ଚ୍ କରିଥିଲି କିନ୍ତୁ...'

Published By : Prameya-News7 Bureau | June 18, 2020 IST

ମୁମ୍ବାଇ ୧୮/୦୬ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ବଲିଉଡ ନେପୋଟାଜିମ ମାମଲା ସାମ୍ନାକୁ ଆସିଛି | ବଲିଉଡ ତାରକା ଏହି ମାମଲାରେ ନିଜ ନିଜ ମତାମତ ରଖିଛନ୍ତି | ସୂଚନାଯୋଗ୍ୟ ଯେ, ଗତ ୬ ମାସ ହେଲା ସୁଶାନ୍ତ ସିଂହ ଡିପ୍ରେସନରେ ଥିଲେ | କିନ୍ତୁ ସେ କାହିଁକି ଡିପ୍ରେସନରେ ଥିଲେ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | କୁହାଯାଉଛି ଯେ ତାଙ୍କୁ କିଛି ବଡ ପ୍ରଡକ୍ସନ ହାଉସରୁ ବଏକଟ କରାଯାଇଥିଲା | ଯେଉଁଥିପାଇଁ ସେ ବହୁତ ଚିନ୍ତିତ ଥିଲେ | ଏହି ମାମଲାରେ ମୁଜାଫରପୁର କୋର୍ଟରେ ବଲିଉଡର ୮ଜଣ ସେଲିବ୍ରିଟିଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି | ୮ଜଣଙ୍କ ମଧ୍ୟରେ ଆକ୍ଟ କପୁରଙ୍କ ନାଁ ମଧ୍ୟ ରହିଛି | ନିଜ ନାଁ ସାମ୍ନାକୁ ଆସିବା ପରେ ଏକତା କପୁର ନିଜ କ୍ରୋଧ ଜାହିର କରିଛନ୍ତି |

ମହାରାଷ୍ଟ୍ର ପୋଲିସ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଜାରି ରଖିଛି | କିନ୍ତୁ ଆତ୍ମହତ୍ୟା ମାମଲାରେ ବିହାର ମୁଜାଫରପୁର କୋର୍ଟରେ ୮ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି | କରନ ଜୋହର, ସଞ୍ଜୟ ଲୀଲା ଭନସାଲି, ସଲମାନ ଖାନ, ଏକତା କପୁରଙ୍କ ସମେତ ଅନ୍ୟ ୪ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି | ନିଜ ନାଁ ଦେଖି ଏକତା କପୁର ରାଗି ଯାଇଛନ୍ତି ଏବଂ ଇନ୍ସଟାଗ୍ରାମରେ ଏକ ଲମ୍ବା ପୋଷ୍ଟ ଲେଖି କ୍ରୋଧ ଜାହିର କରିଛନ୍ତି | 

{"id":287912,"sizeSlug":"large"}

ଏକତା କପୁର ଲେଖିଛନ୍ତି, 'ସୁଶ୍ରୀଙ୍କୁ କାଷ୍ଟ ନ କରିବାକୁ ନେଇ ମୋ ବିରୋଧରେ ମାମଲା ରୁଜ୍ଜୁ କରିଥିବାରୁ ଧନ୍ୟବାଦ | ସେ ବି ସେତେବେଳେ ଯେ ତାଙ୍କୁ ମୁଁ ହିଁ ଲଞ୍ଚ କରିଥିଲି | ଏହିଭଳି ଥିଓରୀକୁ ଦେଖି ମୁଁ କେତେ ଦୁଃଖିତ ତାହା କହି ବି ପାରୁନାହିଁ | ଦୟାକରି ସୁଶାନ୍ତଙ୍କ ପରିବାର ଓ ପରିଜନଙ୍କୁ ଶାନ୍ତିରେ ରହିବାକୁ ଦିଅ | ସତ ଯାହା ହୋଇଥିବା ଖୁବ ଶୀଘ୍ର ସାମ୍ନାକୁ ଆସିବ |'

ସୂଚନାଯୋଗ୍ୟ ଯେ, ଆଇନଜୀବୀ ସୁଧୀର ଓଝା କରନ ଜୋହର, ସଞ୍ଜୟ ଲୀଲା ଭନସାଲି, ସଲମାନ ଖାନ, ଏକତା କପୁରଙ୍କ ସମେତ ୮ ଜଣଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଧାରା ୩୦୬, ୧୦୯, ୫୦୪ ଅନୁଯାୟୀ ମାମଲା ରୁଜ୍ଜୁ କରିଛନ୍ତି | ସେ ଅଭିଯୋଗ କରିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ଠାରୁ ୭ଟି ଫିଲ୍ମ ଛଡେଇ ନିଆଯାଇଥିଲା | ତାଙ୍କର ଆଉ କିଛି ଫିଲ୍ମ ରିଲିଜ ହୋଇନାହିଁ | ସୁଶାନ୍ତ ସିଂହଙ୍କ ଆଖପାଖରେ ଏହିଭଳି ପରିସ୍ଥିତି ସୃଷ୍ଟି କରାଯାଇଥିଲା ଯେ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ | ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପରେ ବଲିଉଡର ଅନେକ ସେଲିବ୍ରିଟିଙ୍କୁ ଟ୍ରଲ କରାଯାଇଛି | ଅଭିନେତ୍ରୀ କଙ୍ଗନା ରଣୱତଙ୍କ ଆତ୍ମହତ୍ୟାକୁ ପ୍ଲାନ ମର୍ଡରର ନାଁ ଦେଇଛନ୍ତି | କଙ୍ଗନା ଏକ ଭିଡିଓ ପୋଷ୍ଟ କରି ନେପୋଟିଜିମ ପ୍ରସଙ୍ଗ ଉଠାଇ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଛନ୍ତି |   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.