ରାତି ଅଧରେ ଭୂତ ଦେଖି ଡରିଲେ ଏକତା କପୁର, କହିଲେ-‘ଏହା ଅତ୍ୟନ୍ତ ଭୟାନକ’

Published By : Prameya-News7 Bureau | May 31, 2021 IST

ନୂଆଦିଲ୍ଲୀ ୩୧/୦୫: ଟିଭି ସିରିଏଲ ଏବଂ ଫିଲ୍ମ ନିର୍ମାତା ଏକତା କପୁର ତାଙ୍କ ହରର ଫିଲ୍ମ ଯୋଗୁଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ଏକତା କପୁର ଏକ ଭୂତର ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବାସ୍ତବରେ ଏକତା ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାସ୍ତାରେ ଯାଉଥିବା ଏକ ଅଜବ ପ୍ରାଣୀ ଦେଖିବାକୁ ମିଳୁଛି । ଏହି ଭିଡିଓକୁ ଝାଡଖଣ୍ଡର ହଜାରିବାଗର ବୋଲି କୁହାଯାଉଛି ।

wp:html
/wp:html

ଏକତା କପୁର ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରାୟତଃ ତାଙ୍କ ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି । ନିକଟରେ ସେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଏକ ଅଜବ ପ୍ରାଣୀ ରାସ୍ତାରେ ଖୋଲାଖୋଲି ଭାବେ ଚାଲୁଥିବାର ନଜର ଆସିଛି । ଭିଡିଓ ଦେଖିବା ପରେ କିଛି ଲୋକ ଏହାକୁ ଏଲିଏନ୍ ଏବଂ ଭୂତ ବୋଲି କହୁଛନ୍ତି । ଏହି ଭିଡିଓ ଦେଖିବା ପରେ ଏକତା ମଧ୍ୟ ଭୟଭୀତ ହୋଇଯାଇଛନ୍ତି । ଏକତା ଭିଡିଓ ସହିତ ଥିବା କ୍ୟାପସନ ଲେଖିଛନ୍ତି, 'ଯେଉଁମାନେ ଏକାକୀ ଶୋଇଥାନ୍ତି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଭୟାନକ'।

ଏକତାଙ୍କ ପୋଷ୍ଟରେ କିଛି ଲୋକ ଲେଖିଛନ୍ତି ଯେ ସେମାନେ ଭୟଭୀତ ହୋଇଛନ୍ତି, ଅଧିକାଂଶ ଲୋକ ଏହାକୁ କ୍ୟାମେରାର ସ୍ପେସାଲ୍ ଇଫେକ୍ଟ ଏବଂ ଭିଡିଓ ନିର୍ମାତାଙ୍କ କାମ ବୋଲି କହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.