ମା ହେଲେ ୪୩ ବର୍ଷ ବୟସ୍କା ଏକତା କପୁର, ସରୋଗେସୀ ଜରିଆରେ ହେଲେ ମା
31/01/2019 at 1:06 PM

ମୁମ୍ବାଇ ୩୧/୧ : ହିନ୍ଦୀ ଫିଲ୍ମ ପ୍ରଯୋଜକ ତଥା ସିରିଏଲ ପ୍ରଯୋଜକ ଏକତା କପୁର ମା ହେଲେ | ଏକତା କପୁରଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି | ସରୋଗେସୀ ଜରିଆରେ ଏକତା ମା ହୋଇଛନ୍ତି | ଏକତା ମା ହେବାପରେ ଭେଟେରାନ ଅଭିନେତା ଜିତେନ୍ଦ୍ର କପୁର ଅଜା ହୋଇଛନ୍ତି | ବଲିଉଡ ଇଣ୍ଡଷ୍ଟ୍ରି ଏକତା କପୁର ଏବଂ ଜିତେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛି | ସରୋଗେସୀ ଜରିଆରେ ମା ହେବ ପାଇଁ ନିଷ୍ପତ୍ତି ନେଇଥିଲେ ଏକତା | ଏହା ପୂର୍ବରୁ ଏକତାଙ୍କ ଭାଇ ତୁଷାର କପୁର ମଧ୍ୟ ସରୋଗେସୀ ଜରିଆରେ ବାପା ହୋଇଥିଲେ | ଫିଲ୍ମ ନିର୍ଦେଶକ କାରଣ ଜୋହର ମଧ୍ୟ ସରୋଗେସୀ ଜରିଆରେ ବାପା ହୋଇଥିଲେ | କରଣଙ୍କର ଜାଅଁଳା ଶିଶୁ ଜନ୍ମ ହୋଇଥିଲେ | ଏମାନଙ୍କ ନାଁ, ୟସ ଏବଂ ରୁହି | ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ ପୁଅ ଅବରାମ ମଧ୍ୟ ସରୋଗେସୀ ଜରିଆରେ ଜନ୍ମ ହୋଇଥିଲେ |

ଜାନୁଆରୀ ୨୭ ତାରିଖରେ ଏକତାଙ୍କ ଘରକୁ ନୂଆ ଅତିଥି ଆସିଥିଲା | ବହୁତ ଶୀଘ୍ର ଏକତାନିଜ ଶିଶୁକୁ ଘରକୁ ନେଇଆସିବ | ନବଜାତ ଶିଶୁ ସମ୍ପୂର୍ଣ ସୁସ୍ଥ ଥିବା ଜଣାପଡିଛି |

ଏକତା କପୁରଙ୍କ ମା ହେବ ଖବର ଜଣାପଡିବା ପରେ ତାଙ୍କ ପ୍ରଶଂସକ ଏକତାଙ୍କୁ ଶୁଭେଚ୍ଛା ଜଣାଇଥିଲେ | ଫିଲ୍ମ ଏବଂ ଟିଭିର କଳାକାର ମଧ୍ୟ ଏକତାଙ୍କୁ ଶୁଭେଚ୍ଛା ଜଣାଇଥିଲେ | ଟିଭି ସିରିଏଲ ନିର୍ମାତା ଭାବେ ଏକତା ନିଜ କ୍ୟାରିଅର ଆରମ୍ଭ କରିଥିଲେ | ତାଙ୍କ ସିରିଏଲ ଦେଖିବାକୁ ଲୋକେ ବହୁତ ପସନ୍ଦ କରିଥାନ୍ତି | ଯେଉଁଥିପାଇଁ ତାଙ୍କୁ ଟିଭି କ୍ୱିନ ମଧ୍ୟ କୁହାଯାଏ | ତାଙ୍କ ଟିଭି ସିରିଏଲର ଅନେକ ପ୍ରଶଂସକ ରହିଛନ୍ତି |