wp:heading {"level":5}
ମୁମ୍ବାଇ ୩|୨: ଟେଲିଭିଜନ ଧାରବାହିକରେ କାମ କରୁଥିବା ଅଭିନେତା ପାର୍ଥ ସମଥାନ, ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଏକତା କପୁର ପ୍ରଯୋଜିତ ବହୁ ଚର୍ଚ୍ଚିତ “କସୌଟୀ ଜିନ୍ଦଗୀ ୨”ରେ ଅନୁରାଗ ବାସୁ ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ସୋ ପାଇଁ ସେ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ମୁଖ୍ୟ ଖବରରେ ଛାଇଯାଇଛନ୍ତି ପାର୍ଥ। ଲୋକମାନଙ୍କ ମଧ୍ୟରେ ସେ ଅନୁରାଗ ନାଁରେ ଖୁବ ପ୍ରସିଦ୍ଧ ମଧ୍ୟ ହୋଇଛନ୍ତି।
/wp:heading
{"id":70049}
wp:heading {"level":5}
ତେବେ ଆପଣ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ପ୍ରଯୋଜକ ଏକତା କପୁର ଥରେ ଏକ ସାକ୍ଷାତକାରରେ ଟେଲି ଅଭିନେତା ପାର୍ଥଙ୍କୁ ‘ଗେ’ ବୋଲି କହିଥିଲେ। ହେଲେ ଏବେ ପାର୍ଥ ତାଙ୍କ ସହ ଏବେ କାମ କରୁଛନ୍ତି। ଏକତା କପୁର ଇଣ୍ଟରଭିଉରେ କହିଥିଲେ ଯେ, ଅଭିନେତା ବିକାଶ ଗୁପ୍ତାଙ୍କ ସହ ପାର୍ଥଙ୍କର ପ୍ରେମ ସଂର୍ପକ ଥିଲା।
/wp:heading
{"id":70051}
wp:heading {"level":5}
ତେବେ ଏକତାଙ୍କର ଏହି ଇଣ୍ଟରଭିଉକୁ ନେଇ ଟେଲିଭିଜନ ଜଗତରେ ଖୁବ ହଇଚଇ ସୃଷ୍ଟି ହୋଇଥିଲା। ଲୋକେ ଏହି ଖବରକୁ ନେଇ ଆଚମ୍ବିତ ହୋଇଥିଲେ। ଅବଶ୍ୟ ପାର୍ଥଙ୍କ ସପକ୍ଷରେ କିଛି ଅଭିନେତ୍ରୀ ବାହାରି ବୟାନ ଦେଇଥିଲେ। ସେମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପାର୍ଥ ‘ଗେ’ ନୁହଁନ୍ତି।
/wp:heading
{"id":70052,"width":586,"height":497}
wp:heading {"level":5}
ପାର୍ଥ ମଧ୍ୟ ଏକତାଙ୍କୁ କଡା ଜବାବ ଦେଇଥିଲେ। ସେ କହିଥିଲେ ଯେ ଅନ୍ୟ ମାନଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାର ଖରାପ ଅଭ୍ୟାସ କିଛି ଲୋକଙ୍କର ଥାଏ। ନିଜ ବିଷୟରେ ସେ ଖୁବ ଭଲ ଭାବରେ ଜାଣିଛନ୍ତି। ତେଣୁ ଯିଏ ଯାହା କହିଲେ ତାଙ୍କର କିଛି ଯାଏ ଆସେ ନାହିଁ ବୋଲି ପାର୍ଥ କହିଥିଲେ।
/wp:heading